ଏକ୍‌ଜିଟ୍‌ ପୋଲ୍‌କୁ କଂଗ୍ରେସ କର୍ମୀଙ୍କ ପ୍ରତ୍ୟାଖ୍ୟାନ

Advertisment
ଆସନ୍ତାକାଲି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ: ଅଧିକାଂଶ ଏକ୍‌ଜିଟ୍‌ ପୋଲ୍ ଗୁଡ଼ିକ ଆକଳନ କରିଛନ୍ତି ଯେ ପୁଣିଥରେ କେନ୍ଦ୍ରରେ ବିଜେପି ନେତୃ୍ତ୍ବାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଫେରିବ। ଏନ୍‌ଡିଏ ମେଣ୍ଟ ସଂଖ୍ୟା ୩୦୦ ଟପିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ଆକଳନରୁ ଜଣାପଡ଼ିଛି। ତେବେ ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ନେଇ ଏବେ କଂଗ୍ରେସ ମୁଖ୍ୟାଳୟରେ ନୈରାଶ୍ୟଜନକ ସ୍ଥିତି ଦେଖା ଦେଇଥିଲେ ମଧ୍ୟ କଂଗ୍ରେସ କର୍ମୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ କର୍ମୀମାନେ କହିଛନ୍ତି ଏକ୍‌ଜିଟ୍‌ ପୋଲ୍‌ ସମ୍ପୂର୍ଣ୍ଣ ଭାବେ ଏକତରଫା। ମେ’ ୨୩ ତାରିଖରେ କିନ୍ତୁ ଫଳାଫଲ ଭିନ୍ନ ହେବ। ବିଜେପି ଏହି ଏକ୍‌ଜିଟ୍‌ ପୋଲ୍‌ ଦ୍ବାରା କେବଳ ମିଛ ଗୁଜବ ପ୍ରଚାର କରୁଛି ଏବଂ ସେମାନେ ଇଭିଏମ୍‌ ହେରଫେର କରିବାପାଇଁ ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଜଣେ କଂଗ୍ରେସ କର୍ମୀ କହିଛନ୍ତି। ତେବେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ଏବଂ ନିର୍ବାଚନ ଜିତିବ ବୋଲି ଅନେକ କଂଗ୍ରେସ କର୍ମୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ବିଜେପି ବ୍ୟତୀତ ଅନ୍ୟ ‌କେହି ଏହି ଏକ୍‌ଜିଟ୍‌ ପୋଲ୍‌ରେ ବିଶ୍ବାସ କରୁନାହାନ୍ତି ବୋଲି କଂଗ୍ରେସ କର୍ମୀ ଜଗଦିଶ ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe