‘‌ମୋଦୀଜୀଙ୍କ ସେନା’ ମନ୍ତବ୍ୟ ଇସି ଯୋଗୀଙ୍କୁ‌ ପ୍ରେମପତ୍ର ଲେଖିଛନ୍ତି: କଂଗ୍ରେସ

Advertisment

ସେନାକୁ ଅପମାନ ମାମଲାରେ ବି କମିସନ ପକ୍ଷପାତ ନୀତି ଧରିଛନ୍ତି

ସେନାକୁ ଅପମାନ ମାମଲାରେ ବି କମିସନ ପକ୍ଷପାତ ନୀତି ଧରିଛନ୍ତି

ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିସନଙ୍କ ଭର୍ତ୍ସନା

photo by : Livemint

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ମୋଦୀଜୀ କି ସେନା’ ଟିପ୍ପଣୀ ପାଇଁ ତାଙ୍କୁ ନିର୍ବାଚନ କମିସନ କଡ଼ା ଚେତାବନୀ ଦେବାସହ ଭବିଷ୍ୟତରେ ଏଭଳି ବୟାନର ଯେଭଳି ପୁନରାବୃତ୍ତି ନହୁଏ ସେ ଦିଗରେ ଅଧିକ ଯତ୍ନଶୀଳ ହେବା ଉଚିତ୍‌ ବୋଲି କହିଛନ୍ତି। ତେବେ ଯୋଗୀଙ୍କର ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ କଂଗ୍ରେସ ଏହାର କଡ଼ା ସମାଲୋଚନା କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ‌ଯେ‌ ଯୋଗୀ ଭାରତୀୟ ସେନାକୁ ଅପମାନିତ କରିଛନ୍ତି କିନ୍ତୁ ଇସି ତାଙ୍କୁ ପ୍ରେମ ପତ୍ର ଲେଖୁଛନ୍ତି। ଏମ୍‌ସିସି (ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌) ଏବେ ‘ମୋଦୀ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌’ ହୋଇଛି କି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା ଟ୍ବିଟ୍‌ କରି କହିଛନ୍ତି। ଇସି କ୍ଷମତାରେ ଥିବା ଲୋକମାନଙ୍କୁ ସତ୍ୟର ଆଇନା ଦେଖାଇବାପାଇଁ ପଛଘୁଂଚା ଦେଉଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ କମିସନଙ୍କୁ କଡ଼ା ସମାଲୋଚନା କରି କେବଳ ବିଜେପିକୁ ସନ୍ତୁଷ୍ଟ କରିବାରେ କମିସନ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି। ଯୋଗୀ ଭାରତୀୟ ସେନାକୁ ଅପମାନିତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe