ସୋନିଆ, ରାହୁଲଙ୍କ ସହ ବୈଠକ ହେବନି

Advertisment
ସପା ସହ ଗଠବନ୍ଧନ ଭାଙ୍ଗିବାକୁ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ଦିନ ତଥା ମେ’ ୨୩ ତାରିଖରେ ଅଣ ବିଜେପି ସରକାର ଗଠନ ସଂକ୍ରାନ୍ତ ଆଲୋଚନା ପାଇଁ ବିରୋଧୀ ଦଳ ବୈଠକ ସ୍ଥିର ହୋଇଥିଲା। ଅଣ ବିଜେପି ସରକାର ଗଠନ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗତ ଦୁଇ ଦିନ ହେବ ଦୁଇଟି ପର୍ଯ୍ୟାୟରେ ବିରୋଧୀ ଦଳ ନେତାମାନଙ୍କ ସହ ବୈଠକ କରିଛନ୍ତି। ଏହି ମର୍ମରେ ଆଜି ମାୟାବତୀ ମଧ୍ୟ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବୈଠକ କରିବେ ବୋଲି ଖବର ମିଳିଥିଲା। କିନ୍ତୁ ବସପା ସୁପ୍ରିମୋ ମାୟାବତୀ ଆଜି ଏହି ବୈଠକ କାର୍ଯ୍ୟକ୍ରମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦିଲ୍ଲୀରେ ସୋନିଆ କିମ୍ବା ରାହୁଲଙ୍କ ସହ ମାୟାବତୀଙ୍କର କୌଣସି ବୈଠକ ନାହିଁ ବୋଲି ଜଣେ ଦଳୀୟ ନେତା ଏସ୍‌ସି ମିଶ୍ର ଆଜି ସ୍ପ‌ଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ମାୟାବତୀ ଗତ ୭ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ନିର୍ବାଚନୀ ପ୍ରଚାର ଗୁଡ଼ିକରେ କଂଗ୍ରେସ ବିରୋଧରେ ସ୍ବର ଶାଣିତ କରିଥିବାବେଳେ ଆଜିର ଏହି ବୈଠକକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଥିଲା। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଆସିବାପରେ ଏବଂ ଉତ୍ତରଦେଶରେ ସପା-ବସପା ମେଣ୍ଟକୁ ଅଧିକ ଆସନ ମିଳିବ ବୋଲି ଜାଣିବା ପରେ ମାୟାବତୀ ଏବେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି ବୋଲି କୁହାଯାଉଛି।

ଅଖିଳେଶଙ୍କ ସହ ମାୟାବତୀଙ୍କ ରୁଦ୍ଧଦ୍ବାର ବୈଠକ
ଲୋକସଭା ନିର୍ବାଚନ ସରିବାପରେ ଏବଂ ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇବାପରେ ଉତ୍ତରପ୍ରଦେଶରେ ବସପା ସୁପ୍ରିମୋ ମାୟାବତୀ ଏବଂ ସପା ନେତା ଅଖିଳେଶ ଯାଦବ ଆଜି ରୁଦ୍ଧଦ୍ବାର ବୈଠକ କରିଛନ୍ତି। ରାଜନୈତିକ ଭାବେ ଅତି ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟକୁ ଅଧିକ ଆସନ ମିଳିବ ବୋଲି ଏକ୍‌ଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି। ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବାପରେ ମାୟାବତୀ ଆଜି ଅଖିଳେଶଙ୍କୁ ତାଙ୍କ ବାସଭବନକୁ ଡକାଇ ବୈଠକ କରିଛନ୍ତି। ଉଭୟ ନେତା ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରୁଦ୍ଧଦ୍ବାର ବୈଠକ କରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe