ବାରଣାସୀରେ ଡୁପ୍ଲିକେଟ୍‌ ମୋଦୀ

Advertisment
ବାରଣାସୀରେ ଡୁପ୍ଲିକେଟ୍‌ ମୋଦୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଅବିକଳ ଦେଖିବାକୁ ଜଣେ ବ୍ୟକ୍ତି ଏବେ ଉତ୍ତରପ୍ରଦେଶର ବାରଣାସୀ ଆସନରେ ମୋଦୀଙ୍କୁ ଚ୍ୟାଲେଂଜ କରିଛନ୍ତି। ମୋଦୀଙ୍କ ପରି ବେଶ ପୋଷାକ ଧାରଣ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଭିନନ୍ଦନ ପାଠକ୍‌। ସେ ୨୦୧୪ ‌ଲୋକସଭା ନିର୍ବାଚନରେ ମୋଦୀଙ୍କର ଜଣେ ଦୃଢ଼ ସମର୍ଥକ ଥିଲେ। ମୋଦୀଙ୍କ ପରି ଦେଖାଯାଉଥିବାରୁ ଲୋକେ ବି ତାଙ୍କୁ ବେଶ୍‌ ଆଦର କରୁଥିଲେ। କିନ୍ତୁ ଅଭିନନ୍ଦନଙ୍କ କହିବା ଅନୁଯାୟୀ ଏବେ ଆଉ ଲୋକମାନଙ୍କଠାରୁ ସେ ପୂର୍ବ ଆଦର ମିଳୁନି । ଲୋକେ ତାଙ୍କୁ ଦେଖିଲେ ରାଗୁଛନ୍ତି। ମୋଦୀ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ଲୋକେ ତାଙ୍କୁ କେବଳ ପ୍ରଶ୍ନ କରୁଛନ୍ତି। ‌ତେଣୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ମୋଦୀଙ୍କ ବି‌ରୋଧରେ ବାରଣାସୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ମେ’ ୧୯ ତାରିଖରେ ବାରଣାସୀ ଆସନରେ ନିର୍ବାଚନ ହେବ। ୫୮ ବର୍ଷୀୟ ଅଭିନନ୍ଦନ କହିଛନ୍ତି, ଲୋକମାନଙ୍କର ମୋଦୀଙ୍କ ପ୍ରତି ରାଗ ଢେର ବଢ଼ିଯାଇଛି। ଯେକୌଣସି ସ୍ଥାନକୁ ଗଲେ ମୋଦୀଙ୍କ ବିରୋଧରେ ଲୋକଙ୍କ ମନରେ ଥିବା ରାଗ ହିଁ ଦେଖିବାକୁ ମିଳୁଛି। ତେବେ ଅଭିନନ୍ଦନଙ୍କ ପରି ମୁମ୍ବାଇରେ ମଧ୍ୟ ମୋଦୀଙ୍କ ଭଳି ଦେଖିବାକୁ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି। ବିକାଶ ମହନ୍ତ ନାମକ ଏହି ବ୍ୟକ୍ତି ଜଣଙ୍କ ବିଜେପିର ଷ୍ଟାର ପ୍ରଚାରକ। କିନ୍ତୁ ତାଙ୍କ ଉପରକୁ ଆକ୍ରମଣ ହେବାପରେ ସେ ପ୍ରଚାର କାର୍ଯ୍ୟରୁ ଦୂରେଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe