ମୋଦୀଙ୍କ ବିରୋଧରେ ‘ନବବଧୂ’ ଟିପ୍ପଣୀ

Advertisment

ସିଦ୍ଧୁଙ୍କୁ ଇସିଙ୍କ କ୍ଲିନଚିଟ୍‌

ସିଦ୍ଧୁଙ୍କୁ ଇସିଙ୍କ କ୍ଲିନଚିଟ୍‌

ମୋଦୀଙ୍କୁ ପୁଣି ଟାର୍ଗେଟ କଲେ ସିଦ୍ଧୁ : ଆସିଥିଲେ ଗଙ୍ଗା ମାତାର ପୁଅ ହୋଇ, ଯିବେ ରାଫେଲର ଏଜେଣ୍ଟ ହୋଇ...

oneindia.com

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ନବବଧୂ’ ଟିପ୍ପଣୀ ଦେଇଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ଆଜି ନିର୍ବାଚନ କମିସନ୍‌ କ୍ଲିନଚିଟ୍‌ ଦେଇଛନ୍ତି। ଇନ୍ଦୋର ଜିଲ୍ଲା ନିର୍ବାଚନ ଅଫିସ୍‌ ପକ୍ଷରୁ ସିଦ୍ଧୁଙ୍କୁ ଏନେଇ କ୍ଲିନଚିଟ୍‌ ମିଳିଛି। ସିଦ୍ଧୁଙ୍କର ଏହି ବୟାନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିନାହିଁ ‌ବୋଲି କମିସନ୍‌ଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ସିଦ୍ଧୁ ନିକଟରେ ଇନ୍ଦୋରରେ ନିର୍ବାଚନୀ ପ୍ରଚାର କରିବା ସମୟ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲଗାତାର ସମାଲୋଚନା କରିଥିଲେ। ସେ ମୋଦୀଙ୍କୁ ଜଣେ ନବବଧୁଙ୍କ ସହ ତୁଳନା କରିଥିଲେ। ସିଦ୍ଧୁ କହିଥିଲେ ନବବଧୂ ‌କମ୍‌ କାମ କରନ୍ତି ଏବଂ ଅଧିକ ଚୁଡ଼ି ଶବ୍ଦ କରନ୍ତି। ଏହାଦ୍ବାରା ପଡ଼ୋଶୀମାନେ ଜାଣନ୍ତି ଯେ ସେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe