ନିର୍ବାଚନ କମିସନ, ମୋଦୀଙ୍କ କଥାରେ ଚାଲିଛି

Advertisment
ନିର୍ବାଚନ କମିସନ, ମୋଦୀଙ୍କ କଥାରେ ଚାଲିଛି

ନୂଆଦିଲ୍ଲୀ: ନିର୍ବାଚନ କମିସନ ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରେ ପରିଚାଳିତ ହେଉଛି ଏବଂ ଇଭିଏମ୍‌ ସଂକ୍ରାନ୍ତ ସମସ୍ୟା ସମାଧାନ ଦିଗରେ କର୍ଣ୍ଣପାତ କରୁନାହିଁ ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ସଂପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ୩୦ ପ୍ରତିଶତ ଇଭିଏମ୍‌ ଖରାପ୍‌ ଥିବା ସତ୍ତ୍ବେ ନିର୍ବାଚନ କମିସନ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ସେ କହିଛନ୍ତି। କମିସନ ଯଦି ଏ ଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ ନକରିବେ ତେବେ ସେ ଧାରଣାରେ ବସିବେ ବୋଲି ନାଇଡ଼ୁ କହିଛନ୍ତି। ଆନ୍ଧ୍ର ପ୍ରଦେଶରେ ୧୫୦ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପୁନଃ ମତଦାନ କରିବା ପାଇଁ ନାଇଡ଼ୁ ଦାବି କରିଛନ୍ତି। ଏହି ବୁଥ୍‌ଗୁଡ଼ିକରେ ଇଭିଏମ୍‌ ସମସ୍ୟା ରହିଥିଲେ ମଧ୍ୟ ନିର୍ବାଚନ କମିସନ ତାଙ୍କ ଦଳର ଦାବିକୁ ଗ୍ରହଣ କରୁନାହାନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ୪୫୮୩ଟି ଇଭିଏମ୍‌ ଖରାପ ଥିବା ଅଧିକାରୀମାନେ ମାନିଥିଲେ ମଧ୍ୟ ଏ ଦିଗରେ ଉଚିତ ପଦକ୍ଷେପ ନିଆଯାଇ ନାହିଁ। ନିର୍ବାଚନ କମିସନ ଇଭିଏମ୍‌ ସମସ୍ୟା ସୁଧାରି ନପାରିଲେ ବ୍ୟାଲଟ୍‌ ପେପର୍‌ରେ ନିର୍ବାଚନ କରାଇବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe