ପଣ୍ଡିଚେରୀ : ପୁଡ଼ୁଚେରୀରେ ବିଜେପି କ୍ଷମତାକୁ ଫେରିଛି। ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ରହିଥିବା ପୁଡ଼ୁଚେରୀରେ ପୂର୍ବରୁ କଂଗ୍ରେସ କ୍ଷମତାରେ ଥିଲା। ତେବେ ମୁଖ୍ୟମନ୍ତ୍ରୀ ଏନ୍ ନାରାୟଣସ୍ବାମୀ ନେତୃତ୍ବାଧୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିବାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ୩୦ ଆସନ ବିଶିଷ୍ଟ ପୁଡ଼ୁଚେରୀରେ ଚଳିତ ନିର୍ବାଚନରେ ମୁଖ୍ୟତଃ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ( କଂଗ୍ରେସ, ଡିଏମ୍କେ, ସିପିଆଇ ଏବଂ ଭିସିକେ) ଏବଂ ଏନ୍ଡିଏ ମେଣ୍ଟ (ଏଆଇଏନ୍ଆର୍ସି , ବିଜେପି ଏବଂ ଏଆଇଏଡିଏମ୍କେ) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମୋଟ୍ ୩୦ ଆସନରୁ ଏନ୍ଡିଏ ମେଣ୍ଟ ୧୬ ଆସନରେ ବିଜୟୀ/ଅଗ୍ରଣୀ ରହିଛି । ୟୁପିଏ ମେଣ୍ଟ ୮ଟି ଆସନରେ ସୀମିତ ରହିଥିବା ବେଳେ ଅନ୍ୟମାନଙ୍କୁ ୬ଟି ଆସନ ମିଳିଛି। ସରକାର ଗଠନ ପାଇଁ ଏନ୍ଡିଏ ନେତାଙ୍କ ମଧ୍ୟରେ ମନ୍ଥନ ଆରମ୍ଭ ହୋଇଯାଇଛି।
ପୁଡ଼ୁଚେରୀରେ ଜିତିଲା ଏନ୍ଡିଏ ମେଣ୍ଟ
Advertisment
Follow Us