କିଏ ହେବେ ଆସାମର ମୁଖ୍ୟମନ୍ତ୍ରୀ?

ଭୁବନେଶ୍ବରରେ ଆୟୁଷ ବିଶ୍ବବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ ନାହିଁ

The Sentinel Assam

ଗୌହାଟୀ : ଆସାମରେ ବିଜେପିର ବିପୁଳ ବିଜୟ ହୋଇଛି ଏବଂ ଦଳ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ ଆରମ୍ଭ କରିଦେଇଛି। ଦଳର ବିଜୟ ସତ୍ତ୍ବେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌କୁ ଭିନ୍ନ ଦାୟିତ୍ବ ଦେବାକୁ ଦଳ ଚିନ୍ତା କରୁଛି। ଏହି କାରଣରୁ ଚଳିତ ନିର୍ବାଚନରେ ବିଜେପି ସୋନୱଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା। ସର୍ବାନନ୍ଦ ସୋନୱାଲ୍‌ ନା’ ହିମନ୍ତ ବିଶ୍ବ ଶର୍ମା କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ପ୍ରଶ୍ନ ଉଠିଛି।

ବିଜେପି ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି , ଉକ୍ତ ପ୍ରସଙ୍ଗରେ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ସୋନୱାଲ୍‌ ନିଜ ଦାୟିତ୍ବରେ ଅବହେଳା କରିନାହାନ୍ତି। ଅନ୍ୟପକ୍ଷେ ହିମନ୍ତ ବିଶ୍ବ ଶର୍ମା ବିଗତ ୫ ବର୍ଷ ମଧ୍ୟରେ ଦଳରେ ନିଜ ସ୍ଥିତି ବେଶ୍‌ ସୁଦୃଢ଼ କରିପାରିଛନ୍ତି। କେରୋନା ସ୍ଥିତିକୁ ସେ ଯେଭଳି ପରିଚାଳନା କରିଛନ୍ତି ଏବଂ ଅର୍ଥମନ୍ତ୍ରୀ ଭାବେ ତାଙ୍କ ନେତୃତ୍ବ ପାଇଁ ଏବଂ ରାଜ୍ୟରେ କଂଗ୍ରେସକୁ ମାତଦେଇ ବିଜେପି ପୁନଃ କ୍ଷମତାକୁ ଫେରିବା ପଛରେ ମଧ୍ୟ ତାଙ୍କର ବଳିଷ୍ଠ ଉଦ୍ୟମ ରହିଛି। ତେଣୁ ହିମନ୍ତ ବିଶ୍ବ ଶର୍ମା ଚଳିତ ଥର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe