ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀ ନିଖୋଜ

Advertisment
ନିର୍ବାଚନ କମିସନଙ୍କ ସୂଚନା : ଦେଶରେ ୩୨୩ଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା, ଓଡ଼ିଶାରୁ କେବଳ ଗୋଟିଏ

photo-new indian express

କୋଲକାତା : ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ରାଣାଘାଟ ନିର୍ବାଚନମଣ୍ଡଳୀ ଅଧୀନସ୍ଥ କ୍ରୀଶନଗରରେ ନିୟୋଜିତ ହୋଇଥିବା ଜଣେ ଇଭିଏମ୍‌-ଭିଭିପାଟ୍‌ ଇନଚା‌ର୍ଜ‌୍ ‌ନୋଡାଲ ଅଫିସର୍‌ ଗତକାଲିଠାରୁ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଅଧିକାରୀଙ୍କ ନାମ ଅର୍ନବ ରାୟ। ୩୦ ବର୍ଷୀୟ ଅର୍ନବ ଗୁରୁବାର ସକାଳେ ବିପ୍ରଦାସ ପଲିଟେକନିକ୍‌ କଲେଜ୍‌କୁ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ। କିନ୍ତୁ ସେଠାରୁ ସେ ନିଖୋଜ ହୋଇ ଯାଇଛନ୍ତି। ତାଙ୍କର କିଛି ପତ୍ତା ମିଳୁନି ବୋଲି ନଦିଆ ପୁଲିସ ଅଧିକାରୀ କହିଛନ୍ତି। ତେବେ ଅର୍ନବଙ୍କ ଗାଡ଼ି କଲେଜ୍‌ ବାହାରେ ପାର୍କିଂ ହୋଇଥିବା ବେଳେ ସେ ଅଚାନକ ନିଖୋଜ ହେବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଜିଲ୍ଲା ପୁଲିସ ସୂତ୍ରରୁ ଜଣାପଡ଼ିଛି‌ ଯେ ତାଙ୍କର ଦୁଇଟି ଯାକ ଫୋନ୍ ବନ୍ଦ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe