ମେ’ ୧୯ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ମନା

Advertisment
ମେ’ ୧୯ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ମନା

मध्य प्रदेश - PunjabKesari

ଭୁବନେଶ୍ବର: ଦେଶ‌େର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନ ମେ’ ମାସ ୧୯ ତାରିଖରେ ସରିବ। ଏ ସମସ୍ତ ପର୍ଯ୍ୟାୟର ଲୋକସଭା ଓ ବିଧାନସଭା ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ମତଗଣନା ସଂପର୍କିତ ପ୍ରାକ୍‌ ଫଳାଫଳ ଆକଳନ ବା ଏକ୍‌ଜିଟ୍‌ ପୋଲ୍‌ ଉଭୟ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ, ପ୍ରକାଶନ ବା ପ୍ରଚାର କରିହେବ ନାହିଁ। ଏ ନେଇ ଭାରତୀୟ ନିର୍ବାଚନ କମିସନ୍‌ ନିଷେଧାଦେଶ ଜାରି କରିଛନ୍ତି। ଆଜି ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଭାରତୀୟ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଓ ନିର୍ଦେଶନାମା ଆଧାରରେ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମାକୁ ପାଳନ କରିବା ପାଇଁ ସେ ସମସ୍ତ ଗଣମାଧ୍ୟମ କର୍ତୃପକ୍ଷଙ୍କ ସହଯୋଗ କାମନା କରିଛନ୍ତି। ଏହି ନିର୍ଦେଶନାମା ଅନୁଯାୟୀ ଭାରତର ନିର୍ବାଚନ କମିସନ ଲୋକ ପ୍ରତିନିଧି ଆଇନର ଧାରା ୧୨୬ ଅନୁସାରେ ଏକ୍‌ଜିଟ୍‌ ପୋଲ୍‌ ଉପରେ ନିଷେଧାଦେଶ ଜାରି କରିଛନ୍ତିି। ଏହି ବିଜ୍ଞପ୍ତି ମୁତାବକ ଗତ ଏପ୍ରିଲ୍‌ ୧୧ ତାରିଖ ସକାଳ ୭ଟାରୁ ଆରମ୍ଭ କରି ମେ’ ୧୯ ତାରିଖ ସନ୍ଧ୍ୟା ସ‌ାଢ଼େ ୬ଟା ପର୍ଯ୍ୟନ୍ତ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ କରାଯାଇପାରିବ ନାହିଁ। ଏହା ସହିତ ଲୋକ ପ୍ରତିନିଧି ଆଇନର ଧାରା ୧୨୬-(୧) (ଖ) ଅନୁସାରେ ମତଦାନ ସଂପର୍କିତ ଯେ କୌଣସି ମତାମତ, ଫଳାଫଳ, କୌଣସି ପ୍ରକାର ସର୍ଭେ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ସଂପୃକ୍ତ ଅଞ୍ଚଳରେ ମତଦାନ ଶେଷ ହେବାର ନିର୍ଧାରିତ ୪୮ ଘଣ୍ଟା ପୂର୍ବରୁ ପ୍ରସାରଣ କରିହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିଇଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe