ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୭% ପ୍ରାର୍ଥୀ ଦାଗୀ, ୩୨% କୋଟିପତି

Advertisment

୯୧ ଆସନ, ୧୨୭୯ ପ୍ରାର୍ଥୀ

୯୧ ଆସନ, ୧୨୭୯ ପ୍ରାର୍ଥୀ

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୭% ପ୍ରାର୍ଥୀ ଦାଗୀ, ୩୨% କୋଟିପତି

ନୂଆଦିଲ୍ଲୀ: ଚଳିତ ମାସ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ‌ଲୋକସଭା ନିର୍ବା‌ଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୩ ଜଣ ପ୍ରାର୍ଥୀ (୧୭ ପ୍ରତିଶତ) ଅପରାଧ ପୃଷ୍ଠଭୂମିର। ସେମାନଙ୍କ ବିରୋଧରେ ହତ୍ୟା, ମହିଳାଙ୍କ ବିରୋଧରେ ଅପରାଧ ଏବଂ ଅପହରଣ ସମେତ ଅନ୍ୟ ସଂଗୀନ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୨୭୯ ପ୍ରା‌ର୍ଥୀଙ୍କ ସତ୍ୟପାଠରୁ ୧୨୬୬ଟି ଆକଳନ କରାଯିବା ପରେ ଏଡିଆର ଦ୍ବାରା ପ୍ରସ୍ତୁତ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ୨୧୩ ଜଣ ପ୍ରାର୍ଥୀ ବିଭିନ୍ନ ଅପରାଧରେ ସମ୍ପୃକ୍ତ। ତେବେ ୧୩ ଜଣ ପ୍ରାର୍ଥୀ ସେମାନଙ୍କ ସମ୍ପୂର୍ଣ୍ଣ ସତ୍ୟପାଠ ଦେଇପାରି ନଥିବାରୁ ତାହାର ଆକଳନ ହୋଇପାରି ନାହିଁ। ଅନ୍ୟପକ୍ଷରେ ସମୀକ୍ଷା ହୋଇଥିବା ୧୨୬୬ ପ୍ରାର୍ଥୀଙ୍କ ସତ୍ୟପାଠରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୪୦୧ ଜଣ (୩୨ ପ୍ରତିଶତ) ହେଉଛନ୍ତି କୋଟିପତି। କଂଗ୍ରେସର ୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୯ ଜଣ କୋଟିପତି ଥିବା ବେଳେ ବିଜେପିର ୮୩ରୁ ୬୫ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ରିପୋର୍ଟ ଅନୁଯାୟୀ ୧୨୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ପ୍ରତିଶତଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ୧୨ ପ୍ରତିଶତ ଦୋଷୀସାବ୍ୟସ୍ତ ଅପରାଧୀ। ୧୦ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ୨୫ ଜଣ ପ୍ରାର୍ଥୀ ଆଇପିସିର ୩୦୭ ଧାରା ଅଧୀନରେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା ଘୋଷଣା‌ କରିଛନ୍ତି। ୪ ଜଣଙ୍କ ବିରୋଧରେ ଅପହରଣ ମାମଲା, ୧୬ ଜଣଙ୍କ ବିରୋଧରେ ମହିଳାଙ୍କ ବି‌ରୋଧରେ ଅପରାଧିକ ମାମଲା ରହିଛି। ତେବେ ଏହି ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଅଧିକ ପ୍ରାର୍ଥୀ ରହିଛନ୍ତି କଂଗ୍ରେସ ଦଳର। ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ବିଜେପିର ୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। କଂଗ୍ରେସର ୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ବିଏସ୍‌ପିର ୩୨ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ସଂଗୀନ ଅପରାଧ ମାମଲା ରହିଛି ଏବଂ ୱାଇଏସଆରସିପିର ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଏବଂ ଟିଡିପିର ୨୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ ଟିଆରଏସ୍‌ର ୧୭ ସାଂସଦଙ୍କ ମଧ୍ୟରୁ ୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ଉଲ୍ଲେଖଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ୯୧ ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଏଥି ମଧ୍ୟରେ ୩୭ଟି ନିର୍ବା‌ଚନ ମଣ୍ଡଳୀ ଅତୀ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି । ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏପ୍ରିଲ ୧୧ରେ ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବ। ମେ’ ୨୩ତାରିଖରେ ଭୋଟ୍‌ ଗଣତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe