ନିର୍ବାଚନୀ ଧରପଗଡ଼, କାର୍‌ ଟାୟାରରୁ ୨.୩ କୋଟି ଜବତ

Advertisment
ନିର୍ବାଚନୀ ଧରପଗଡ଼, କାର୍‌ ଟାୟାରରୁ ୨.୩ କୋଟି ଜବତ

ବେଙ୍ଗାଲୁରୁ: ନିର୍ବାଚନରେ କଳାଟଙ୍କାର ବ୍ୟବହାରକୁ ରୋକିବା ପାଇଁ ବ୍ୟାପକ ଧରପଗଡ଼ ଚାଲିଥିବା ବେଳେ ଆଜି ବେଙ୍ଗାଲୁରୁ-ଶିବମୋଗା ରାସ୍ତାରେ ଆୟକର ବିଭାଗ ଏକ କାର୍‌ ଟାୟାର୍‌ରୁ ୨.୩ କୋଟି ଟଙ୍କା ଜବତ କରିଛି। କାର୍‌ର ସ୍ପେୟାର୍‌ ଟାୟରରେ ଏହି ଟଙ୍କା ଲୁଚାଇ ରଖାଯାଇଥିଲା। କିନ୍ତୁ ଆୟକର ବିଭାଗ ଅଧିକାରୀମାନେ କୌଣସି ସୂତ୍ରରୁ ଖବର ପାଇ ଏହାକୁ ଜବତ କରିଥିଲେ। କାର୍‌ ଟାୟାର ଭିତରେ ୨ ହଜାର ଟଙ୍କିଆ ବଣ୍ଡଲ୍‌ ଭର୍ତ୍ତି ହୋଇଥିଲା। ଆୟକର ବିଭାଗ ପକ୍ଷରୁ ଏହାର ଭିଡିଓ ମଧ୍ୟ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe