ମୁଙ୍ଗେର: ମୁଙ୍ଗେର ଲୋକସଭା ଆସନରେ ଏପ୍ରିଲ ୨୯ ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ କେତେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଜାଲିଆତି ଅଭିଯୋଗ ହୋଇଥିଲା। ଏ ବାବଦ ତଦନ୍ତ ପରେ ନିର୍ବାଚନ କମିସନ ମତଦାନ ପ୍ରକ୍ରିୟାରେ ନିୟୋଜିତ ୨୦ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହି କର୍ମଚାରୀମାନେ ବିହାରର ମୁଙ୍ଗେର ଆସନରେ ଇଭିଏମ୍ରେ ବଳପୂର୍ବକ ମତଦାନ କରିବା ସହ ଭୋଟର୍ଙ୍କୁ ବିଭ୍ରାନ୍ତ କରିଥିଲେ। ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ତଦନ୍ତ ପରେ ଜାଲିଆତିର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏଥିରେ ପୁଲିସ କର୍ମଚାରୀ, ପ୍ରିଜାଇଡିଂ ଅଫିସର, ପୋଲିସଂ ଅଫିସର୍ ମଧ୍ୟ ସଂପୃକ୍ତ ଅଛନ୍ତି। ଦୁଇଟି ବୁଥ୍ରେ ଏଭଳି ଜାଲିଆତି ହୋଇଥିବାରୁ ସେଠାରେ ପୁନଃ ଭୋଟ୍ ଗ୍ରହଣ ହୋଇଛି।
ଭୋଟ୍ ଜାଲିଆତି: ୨୦ ନିର୍ବାଚନ କର୍ମଚାରୀ ନିଲମ୍ବିତ
Advertisment
Follow Us