ରାହୁଲଙ୍କ ମୁହଁରେ ଗ୍ରୀନ୍‌ ଲାଇଟ୍‌: ଗୃହମନ୍ତ୍ରାଳୟର ଜବାବ, କଂଗ୍ରେସ କ୍ୟାମେରାମେନ୍‌ଙ୍କ ଫୋନ୍‌ର ଲାଇଟ୍‌ ଥିଲା

Advertisment

କଂଗ୍ରେସର ଖଣ୍ଡନ, ଆମେ ସୁରକ୍ଷା ନେଇ ଅଭିଯୋଗ କରିନାହୁଁ

କଂଗ୍ରେସର ଖଣ୍ଡନ, ଆମେ ସୁରକ୍ଷା ନେଇ ଅଭିଯୋଗ କରିନାହୁଁ

ରାହୁଲଙ୍କ ମୁହଁରେ ଗ୍ରୀନ୍‌ ଲାଇଟ୍‌: ଗୃହମନ୍ତ୍ରାଳୟର ଜବାବ, କଂଗ୍ରେସ କ୍ୟାମେରାମେନ୍‌ଙ୍କ ଫୋନ୍‌ର ଲାଇଟ୍‌ ଥିଲା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଆମେଥି ଆସନରେ ନାମାଙ୍କନପତ୍ର ଦାଖଲ ପାଇଁ ଯିବା ସମୟରେ ତାଙ୍କ ମୁହଁ ଉପରେ ଗ୍ରୀନ୍‌ ଲେଜର୍‌ ଲାଇଟ୍‌ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ରାହୁଲଙ୍କ ସୁରକ୍ଷା ନେଇ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିବସହ ତୁରନ୍ତ ଗୃହମନ୍ତ୍ରାଳୟକୁ ପତ୍ର ଲେଖି ଏ ସଂପର୍କରେ ଅବଗତ କରିଥିଲା। ରାହୁଲଙ୍କ ସୁରକ୍ଷା ଦିଗ ପ୍ରତି ସରକାର ସମୁଚିତ ଧ୍ୟାନ ଦେଉନଥିବା ଏବଂ ଏ କ୍ଷେତ୍ରରେ ଢିଲା ନୀତି ଧରିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ। ତେବେ ଖୋଳତାଡ଼ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାହୁଲଙ୍କ ମୁହଁରେ ଯେଉଁ ଗ୍ରୀନ୍‌ ଲେଜର ଲାଇଟ୍‌ ଦେଖିବାକୁ ମିଳିଥିଲା ତାହା ଅସଲରେ କଂଗ୍ରେସ କ୍ୟାମେରାମ୍ୟାନଙ୍କ ମୋବାଇଲ୍‌ ଫୋନ୍‌ର ଲାଇଟ୍‌ ଥିଲା। ତେବେ କଂଗ୍ରେସ ଗୃହ ମନ୍ତ୍ରାଳୟର ଏହି ଜବାବକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଗୃହମନ୍ତ୍ରାଳୟକୁ ଦଳ ପକ୍ଷରୁ ରାହୁଲଙ୍କ ସୁରକ୍ଷା ନେଇ କୌଣସି ପତ୍ର ଦିଆଯାଇନଥିଲା ବୋଲି ବରିଷ୍ଠ ନେତା ଅଭିଷେକ ମନୁ ସିଂଗଭୀ କହିଛନ୍ତି। ତେବେ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ପତ୍ର ନକିଲି ଥିଲା କି ବୋଲି ପ୍ରଶ୍ନ କରାଯିବାରୁ ଏ ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe