ଗୁଜର‌ାଟ ରୢାଲିରେ ହାର୍ଦ୍ଦିକଙ୍କୁ ଚାପୁଡ଼ା, ବନ୍ଦବେଳେ ନିର୍ଯାତିତ ହୋଇଥିଲେ ଯୁବକ

Advertisment
ଗୁଜର‌ାଟ ରୢାଲିରେ ହାର୍ଦ୍ଦିକଙ୍କୁ ଚାପୁଡ଼ା, ବନ୍ଦବେଳେ ନିର୍ଯାତିତ ହୋଇଥିଲେ ଯୁବକ

ଅହମଦାବାଦ୍‌: କଂଗ୍ରେସ ନେତା ହାର୍ଦ୍ଦିକ ପ‌ଟେଲ୍‌ଙ୍କୁ ଆଜି ଗୁଜରାଟର ଏକ ରୢାଲିରେ ହଟହଟା ହେବାକୁ ପଡ଼ିଛି। ଗୁଜରାଟର ସୁନ୍ଦରନଗର ଜିଲ୍ଲାରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ‘ଜନ ଆକ୍ରୋଶ ସଭା’ର ଆୟୋଜନ କରାଯାଇଥିବାବେଳେ ସେଠାରେ ହାର୍ଦ୍ଦିକ ଉଦ୍‌ବୋଧନ ଦେବା ସମୟରେ ହଠାତ୍‌ ଜଣେ ଯୁବକ ମଞ୍ଚ ଉପରକୁ ଚଢ଼ି ଯାଇ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ। ତୁରନ୍ତ କଂଗ୍ରେସ କର୍ମୀମା‌ନେ ଉକ୍ତ ଯୁବକଙ୍କୁ କାବୁ କରିନେଇ ପ୍ରବଳ ମାଡ଼ ମାରିଛନ୍ତି। ହାର୍ଦ୍ଦିକ ମଧ୍ୟ ଏହି ପ୍ରସଙ୍ଗରେ ପୁଲିସରେ ଏକ ମାମଲା ରୁଜୁ କରିଛନ୍ତି। ତେବେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାରିଥିବା ଏହି ବ୍ୟକ୍ତି ଜଣଙ୍କ ନାମ ତରୁଣ ଗଜର। ୨୦୧୫ ମସିହାରୁ ତାଙ୍କର ହାର୍ଦ୍ଦିକଙ୍କ ପ୍ରତି ଆକ୍ରୋଶ ରହିଥିଲା। ହାର୍ଦ୍ଦିକ ସଂରକ୍ଷଣ ଦାବିରେ ଅହମଦାବାଦରେ ବନ୍ଦ ପାଳନ କରୁଥିବା ବେଳେ ତରୁଣ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହସ୍ପିଟାଲ ନେବା ପାଇଁ ଘୋର ହନ୍ତସନ୍ତ ହୋଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ବି ତାଙ୍କୁ ଆବଶ୍ୟକ ଔଷଧ ମିଳିନଥିଲା। ସେ ବହୁ କଷ୍ଟରେ ପତ୍ନୀଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ସେବେଠାରୁ ସେ ହାର୍ଦ୍ଦିକଙ୍କୁ ପାନେ ଶିଖାଇବେ ବୋଲି ସ୍ଥିର କରିଥିଲେ। ହାର୍ଦ୍ଦିକଙ୍କୁ ସେ ଗୁଜରାଟର ହିଟଲର ବୋଲି କହିଛନ୍ତି। ହାର୍ଦ୍ଦିକଙ୍କୁ ଏବେ ତାଙ୍କର ପୂର୍ବ ଆନ୍ଦୋଳନ ପାଇଁ ଅନେକ ସ୍ଥାନରେ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ମହିସାଗର ସ୍ଥିତ ଲୁନାୱାଡ଼ାରେ ତାଙ୍କ ହେଲିକପ୍ଟରକୁ ଅବତରଣ କରିବାକୁ ଅନୁମତି ମିଳିନାହିଁ। ଜଣେ କୃଷକଙ୍କ ଚାଷଜମିରେ ହାର୍ଦ୍ଦିକଙ୍କ ହେଲିକପ୍ଟର ଲ୍ୟାଣ୍ଡ୍‌ କରିବାପାଇଁ ସ୍ଥିର ହୋଇଥିଲା କିନ୍ତୁ କୃଷକ ଜଣକ ଏଥିରେ ରାଜି ହୋଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe