ନୂଆଦିଲ୍ଲୀ: ହରିୟାଣା ଏବଂ ପଂଜାବରେ ଆମ୍ ଆଦ୍ମି ପାର୍ଟି ସହ କଂଗ୍ରେସର ଆଦୌ ମେଣ୍ଟ ହେବନାହିଁ ଏବଂ କଂଗ୍ରେସ ଖୁବ୍ଶୀଘ୍ର ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଦଳ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି। ତେବେ ଦିଲ୍ଲୀରେ ଆପ୍ ସହ ମେଣ୍ଟ ହେବ କି ନାହିଁ ସେ ସଂପର୍କରେ କିଛି ଚୂଡ଼ାନ୍ତ ହୋଇନାହିଁ ବୋଲି ସେ କହିଛନ୍ତି। ଆପ୍ ସହ ହରିଣାୟା ଏବଂ ପଂଜାବରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଦିଲ୍ଲୀରେ କଂଗ୍ରେସ-ଆପ୍ ମେଣ୍ଟ ନେଇ ଗତକାଲି ପୁଣି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବୈଠକ ହୋଇଥିଲେ ମଧ୍ୟ ମେଣ୍ଟ ସଂକ୍ରାନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us