ମୁସ୍‌ଲିମ୍‌ ଭୋଟର୍‌ଙ୍କୁ ଧମକ ପ୍ରସଙ୍ଗ ମେନକାଙ୍କୁ କାରଣ ଦର୍ଶାଅ ନୋଟିସ୍‌

Advertisment

ସମସ୍ତଙ୍କ ପାଇଁ କାମ କରିବାକୁ ହେବ: ହେମା

ସମସ୍ତଙ୍କ ପାଇଁ କାମ କରିବାକୁ ହେବ: ହେମା

ମୁସ୍‌ଲିମ୍‌ ଭୋଟର୍‌ଙ୍କୁ ଧମକ ପ୍ରସଙ୍ଗ ମେନକାଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏକ ନିର୍ବାଚନୀ ସଭାରେ ମୁସ୍‌ଲିମ ସଂପ୍ରଦାୟକୁ ଭୋଟ୍‌ ପାଇଁ ଧମକାଇଥିବା ଅଭିଯୋଗ ମିଳିବା ପରେ ନିର୍ବାଚନ କମିସନ ମେନକାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଧର୍ମ ଆଧାରରେ ଧମକାଇବା ମାମଲାରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ସେ ବାବଦରେ ଜାବବ ରଖିବାକୁ ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ମେନକା ଏକ ରୢାଲିରେ କହିଥିଲେ ଯେ ମୁସ୍‌ଲିମମାନେ ତାଙ୍କୁ ଭୋଟ୍‌ ନଦେଲେ ସେ ସେମାନଙ୍କୁ କୌଣସି ସହାୟତା କରିବେ ନାହିଁ। ମେନକା ଆଜି ଏହି ପ୍ରସଙ୍ଗରେ ନିଜ ଦଳର କେତେକ କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରିଛନ୍ତି ଏବଂ ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଦିଗରେ ପ୍ରଚାର କରାଯାଉଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ମେନକାଙ୍କ ବୟାନ ସଂପର୍କରେ ନିଜ ମତ ରଖି କହିଛନ୍ତି ଯେ ଭୋଟ୍‌ ଦେବା ନଦେବା କିଛି ଫରକ୍‌ ପକାଏ ନାହିଁ। ନିର୍ବାଚିତ ପ୍ରତିନିଧିଙ୍କୁ ସମସ୍ତଙ୍କ କାମ କରିବାକୁ ହେବ। ସେ ଏହି ନୀତିରେ ଲୋକଙ୍କ ସମର୍ଥନ ହାସଲ କରିଛନ୍ତି ବୋଲି ହେମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe