ହେଭିୱେଟ୍‌ ‌ଲଢ଼େଇ: ଘସିପୁରା ବିଧାନସଭା ଆସନରେ ନିରଞ୍ଜନ, ବଦ୍ରି

Advertisment
ହେଭିୱେଟ୍‌ ‌ଲଢ଼େଇ: ଘସିପୁରା ବିଧାନସଭା ଆସନରେ ନିରଞ୍ଜନ, ବଦ୍ରି

ପାଖାପାଖି ୧୦ ବର୍ଷ ପରେ କେନ୍ଦୁଝର ଜିଲ୍ଲାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ନିରଞ୍ଜନ ପଟ୍ଟନାୟକ ଓ ବଦ୍ରିନାରାୟଣ ପାତ୍ର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ଦୀର୍ଘ ୨୦ ବର୍ଷ ଧରି ବିଧାୟକ ଭାବେ ନିର୍ବାଚିତ ହେବା ସହ ୧୫ ବର୍ଷ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। କଂଗ୍ରେସର ତ୍ରାଣକର୍ତା ଭାବେ ପରିଚିତ ନିରଞ୍ଜନ ଜଣେ ଟାଣୁଆ ସଙ୍ଗଠକ ଏବଂ ଲୋକପ୍ରିୟ ନେତା ଭାବେ ପରିଚିତ। ସେହିପରି ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ଘସିପୁରା ଆସନରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହିତ ୨ ଥର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଘସିପୁରାରୁ ନିର୍ବାଚନ ଲଢିବା ପାଇଁ ନିକଟରେ ବଦ୍ରି ଆହ୍ବାନ ଦେବା ପରେ ନିରଞ୍ଜନ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଏହି ଦୁଇ ହେଭିୱେଟ୍‌ ନେତାଙ୍କ ଉପରେ ଏବେ ସମଗ୍ର ଓଡ଼ିଶାର ଦୃଷ୍ଟି କେନ୍ଦ୍ରୀଭୂତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe