‘ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ’ କମଲ ହାସନଙ୍କ ଜିଭ କାଟି ଦିଆଯିବା ଉଚିିତ: ଭାଲାଜୀ

Advertisment
‘ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ’ କମଲ ହାସନଙ୍କ ଜିଭ କାଟି ଦିଆଯିବା ଉଚିିତ: ଭାଲାଜୀ

ଚେନ୍ନାଇ: ଅଭିନେତାରୁ ରାଜନେତା ବନିଥିବା କମଲ ହାସନଙ୍କର ଏକ ବୟାନ ପାଇଁ ଆଜି ସେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏମଏନ୍‌ଏମ (ମକ୍କଲ ନିଧି ମାୟମ) ମୁଖ୍ୟ କମଲ ହାସନ ଗତକାଲି ଏକ ନିର୍ବାଚନୀ ପ୍ରଚାରରେ କହିଥିଲେ ‌ଯେ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଆକ୍ଷେପ କରି କମଲ ହାସନ ଏଭଳି ବୟାନ ଦେଇଛନ୍ତି। କିନ୍ତୁ କମଲହାସନଙ୍କର ଏଭଳି ବୟାନକୁ ବିଜେପି ସହ ବିଭିନ୍ନ କଳାକାରମାନେ ମଧ୍ୟ ବିରୋଧ କରିଛନ୍ତି। ତାମିଲନାଡ଼ୁର ସଂଖ୍ୟାଲଘୁ ବହୁଳ ଅଞ୍ଚଳ ଅରଭକୁରିଚିରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗ ଦେଇ କମଲ ହାସନ ଗତକାଲି କହିଥିଲେ ଯେ , ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସଂକ୍ରାନ୍ତରେ ଉତ୍ତର ପାଇବା ପାଇଁ ସେ ଏଠାକୁ ଆସିଛନ୍ତି। ତେବେ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ ଏବଂ ତାଙ୍କ ନାଁ ନାଥୁରାମ୍‌ ଗଡ଼ସେ। ସେବେଠାରୁ ହିଁ ଆତଙ୍କବାଦର ଆରମ୍ଭ ହୋଇଛି ବୋଲି କମଲହାସନ କହିଛନ୍ତି। କମଲଙ୍କ ବୟାନ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତା ସୌନ୍ଦରରାଜନ୍‌ ଏକ ଟ୍ବିଟ୍‌ କରି କହିଛନ୍ତି ଯେ ମହାତ୍ମାଗାନ୍ଧୀଙ୍କ ହତ୍ୟାକୁ ହିନ୍ଦୁ ଆତଙ୍କବାଦ କହିବା ନିନ୍ଦନୀୟ। ସେହିଭଳି ତାମିଲନାଡ଼ୁ ମନ୍ତ୍ରୀ କେଟି ରାଜେନ୍ଥ୍ର ଭାଲାଜୀ କହିଛନ୍ତି, ଏଭଳି ମନ୍ତବ୍ୟ ପାଇଁ କମଲ ହାସନଙ୍କ ଜିଭ କାଟି ଦିଆଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe