ମୋଦୀଙ୍କୁ ଭେଟିଲେ ଜଗନ: ବିଜେପି ୨୫୦ ଆସନରେ ସୀମିତ ରହିଥିଲେ ସ୍ବତନ୍ତ୍ର ପାହ୍ୟା ସର୍ତ୍ତରେ ସମର୍ଥନ ଦେଇଥାନ୍ତି

Advertisment
ମୋଦୀଙ୍କୁ ଭେଟିଲେ ଜଗନ: ବିଜେପି ୨୫୦ ଆସନରେ ସୀମିତ ରହିଥିଲେ ସ୍ବତନ୍ତ୍ର ପାହ୍ୟା ସର୍ତ୍ତରେ ସମର୍ଥନ ଦେଇଥାନ୍ତି

ନୂଆଦିଲ୍ଲୀ: ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ଜଗନ ମୁଖ୍ୟମନ୍ତ୍ରୀ ଭାବେ ମେ’ ୩୦ ତାରିଖ ଦିନ ବିଜୟାଡ଼ାରେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଜଗନ ଏକ ସାମ୍ବାଦିକ ସମ୍ମିଳନରେ କହିଛନ୍ତି ଯେ ଏବେ ପରିସ୍ଥିତି ବଦଳି ଯାଇଛି। ଯଦି ବିଜେପି ୨୫୦ ଆସନରେ ସୀମିତ ରହିଥାନ୍ତା ତା’ହେଲେ ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ସର୍ତ୍ତରେ ସେ ଏନ୍‌ଡିଏକୁ ପୂର୍ଣ୍ଣ ସମର୍ଥନ ଦେଇଥାନ୍ତେ। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟ ମାନ୍ୟତା ଦେବାପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଭେଟିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe