ଜମ୍ମୁ କଶ୍ମୀରରେ ବିଜେପିର ଭୋଟ୍‌ ସେୟାର ୪୬%

Advertisment

ବିଗତ ବର୍ଷ ଗୁଡ଼ିକରେ ସବୁଠୁ ଅଧିକ

ବିଗତ ବର୍ଷ ଗୁଡ଼ିକରେ ସବୁଠୁ ଅଧିକ

ଜମ୍ମୁ କଶ୍ମୀରରେ ବିଜେପିର ଭୋଟ୍‌ ସେୟାର ୪୬%

ଜମ୍ମୁ : ଜମ୍ମୁ କଶ୍ମୀରରେ ୬ ଲୋକସଭା ଆସନରେ ନିର୍ବ‌ାଚନ ହୋଇଥିଲା। ଏହି ୬ଟି ଆସନରୁ ବି‌ଜେପି ୩ଟି ଆସନରେ ବିଜୟ ହାସଲ କରିଛି। ତେବେ ସବୁଠୁ ଉଲ୍ଲେଖନୀୟ ହେଲା ବିଜେପିର ଭୋଟ୍‌ ସେୟାର ଏଥର ଜମ୍ମୁ କଶ୍ମୀରରେ ୪୬.୪ ପ୍ରତିଶତ ରହିଛି। ବିଗତ ବର୍ଷ ଗୁଡ଼ିକ ତୁଳନାରେ ଏହା ସବୁଠୁ ଅଧିକ। ଅନ୍ୟ ପ୍ରମୁଖ ଦଳ କଂଗ୍ରେସ, ଏନ୍‌ସି ଏବଂ ପିଡିପିଠାରୁ ମଧ୍ୟ ବିଜେପିର ଭୋଟ୍‌ ସେୟାର ଅଧିକ ରହିଛି। ନିର୍ବାଚନ କମିସନ୍‌ଙ୍କ ତଥ୍ୟ ଅନୁଯାୟୀ ୧୬,୪୮,୦୪୧ ଭୋଟ୍‌ ପାଇ ବିଜେପିର ଭୋଟ୍‌ ପ୍ରତିଶତ ୪୬.୪ ପ୍ରତିଶତ ରହିଛି। ବିଜେପି ଜମ୍ମୁ, ଉଧମପୁର ଏବଂ ଲଦାଖ ଆସନରେ ଜିତିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe