ଜୟପ୍ରଦାଙ୍କ ବିରୋଧରେ ଆଜମ ଖାନ୍‌ ପୁଅଙ୍କ ‘ଅନାରକଲି’ ଟିପ୍ପଣୀ

Advertisment

ଇସିଙ୍କ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜୟପ୍ରଦା

ଇସିଙ୍କ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜୟପ୍ରଦା

ଜୟପ୍ରଦାଙ୍କ ବିରୋଧରେ ଆଜମ ଖାନ୍‌ ପୁଅଙ୍କ ‘ଅନାରକଲି’ ଟିପ୍ପଣୀ

ଲକ୍ଷ୍ନୌ : ଜୟପ୍ରଦା‌ ଆଜି ସପା ନେତା ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ଆଜମ୍‌ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଆଜମ ଖାନ୍‌ଙ୍କ ପୁଅ ଜୟପ୍ରଦାଙ୍କ ବିରୋଧରେ ଦେଇଥିବା ‘ଅନାରକଲି’ ଟିପ୍ପଣୀ ତାଙ୍କୁ ଖୁବ୍‌ ଅପମାନ ଦେଇଛି। ଏଥିପାଇଁ ଜୟପ୍ରଦା ଅବଦୁଲ୍ଲା ଆଜମଙ୍କ ବିରୋଧରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜୟପ୍ରଦା କହିଛନ୍ତି ଅବଦୁଲ୍ଲାଙ୍କୁ ସେ ନିଜ ପୁଅ ଭଳି ଦେଖୁଥିଲେ। ତାଙ୍କଠାରୁ ସେ ଏଭଳି କଥା ଆଶା କରୁନଥିଲେ। କିନ୍ତୁ ବାପା ଯେମିତି ପୁଅ ବି ଠିକ୍‌ ସେମିତି। ଆଗରୁ ଆଜମ ଖାନ୍‌ ଜୟପ୍ରଦାଙ୍କୁ ‘ଅନାରକଲି’ କହୁଥିଲେ କିନ୍ତୁ ଏବେ ତାଙ୍କ ପୁଅ ବି ଠିକ୍‌ ସମାନ ଢଙ୍ଗରେ ତାଙ୍କୁ ଅନାରକଲି କହିବା ଆରମ୍ଭ କଲେଣି।

ଉଲ୍ଲେଖଯୋଗ୍ୟ ଅବଦୁଲା ଆଜମ୍‌ ଗତକାଲି ଏକ ରୢାଲିରେ କହିଥିଲେ ଯେ ଆମେ ଉଭୟ ଅଲି ଏବଂ ବଜରଙ୍ଗବଲିଙ୍କୁ ଚାହୁ କିନ୍ତୁ ଆମେ ‘ଅନାରକଲି’ଙ୍କୁ ଚାହୁନା। ଜୟପ୍ରଦାଙ୍କ ନାଁ ନନେଇ ଜୁନିୟର ଆଜମ ଗତକାଲି ରାମପୁରର ଲୋକମାନଙ୍କୁ ‘ଅନାରକଲି’ଙ୍କୁ ଭୋଟ୍‌ ନଦେବାପାଇଁ ଅନୁରୋଧ କରିଥିଲେ। ତେବେ ଜୟପ୍ରଦା ଅବଦୁଲ୍ଲା ଆଜମଙ୍କ ଏଭଳି ଟିପ୍ପଣୀକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଆଜମ ଖାନ୍‌ ଏବଂ ତାଙ୍କ ସମର୍ଥକ ମାନେ ଭୋଟ୍‌ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ସମ୍ଭବ ନୁ‌ହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe