ମାୟାଙ୍କ ଧମକରେ ଡରିଗଲେ କମଳନାଥ, ସମାଧାନ ପାଇଁ କଂଗ୍ରେସ ତତ୍ପର

Advertisment
ମାୟାଙ୍କ ଧମକରେ ଡରିଗଲେ କମଳନାଥ, ସମାଧାନ ପାଇଁ କଂଗ୍ରେସ ତତ୍ପର

Tweeter

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କର ଏବେ ଚିନ୍ତା ବଢ଼ିଯାଇଛି। ଗୁନା ଆସନରେ ବିଏସ୍‌ପି ପ୍ରାର୍ଥୀ କଂଗ୍ରେସରେ ଯୋଗ ଦେବା ବିଷୟକୁ ଦଳ ସୁପ୍ରିମୋ ମାୟାବତୀ ତୀବ୍ର ବିରୋଧ କରିଛନ୍ତି। ମାୟା ମଧ୍ୟପ୍ରଦେଶ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା‌ପାଇଁ ଧମକ ଦେବାରୁ କମଳନାଥ ଏବେ ତାଙ୍କୁ ବୁଝାଇବା ପାଇଁ ପ୍ରୟାସ ଆରମ୍ଭ କରି ‌ଦେଇଛନ୍ତି। କମଳନାଥ କହିଛନ୍ତି , କଂଗ୍ରେସ ଏବଂ ବସପାର ଲକ୍ଷ୍ୟଏକ। । ବିଜେପିକୁ ବିତାଡ଼ିତ କରିବା ଏହି ଦୁଇ ଦଳର ପ୍ରମୁଖ ଲକ୍ଷ୍ୟ। ତେଣୁ ବିଜେପିକୁ ହଟାଇବାପାଇଁ ଦୁଇ ଦଳକୁ ଏକାଠି ରହିବାକୁ ପଡ଼ିବ। ଯେଉଁ ଭୁଲ୍‌ ବୁଝାମଣା ହୋଇଛି ତା’ର ଖୁବ୍‌ଶୀଘ୍ର ସମାଧାନ ହେବ ବୋଲି କମଳନାଥ କହିଛନ୍ତି।

ସୋମବାର ଦିନ ମଧ୍ୟପ୍ରଦେଶର ଗୁନା ଆସନରୁ ବସପା ପ୍ରାର୍ଥୀ ଲୋକେନ୍ଦ୍ର ସିଂହ ରାଜପୁତ ବସପା ଛାଡ଼ି କଂଗ୍ରେସରେ ‌‌ଯୋଗ ଦେବା ଫଳରେ ମାୟା ଏହାର ତୀବ୍ର ବିରୋଧ କରିଥିଲେ। ଲୋକେନ୍ଦ୍ରଙ୍କୁ ଦଳ ଛାଡ଼ିବାପାଇଁ ବାଧ୍ୟ କରାଯାଇଛି ବୋଲି ମାୟା ଅଭିଯୋଗ କରିଥିଲେ ଏବଂ ସେ ମଧ୍ୟପ୍ରଦେଶ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାପାଇଁ ଧମକ ଦେଇଥିଲେ। ତେବେ ମଧ୍ୟପ୍ରଦେଶ କଂଗ୍ରେସ ସରକାରରୁ ଯଦି ମାୟା ସମର୍ଥନ ପ୍ରତ୍ୟାହାର କରିନିଅନ୍ତି, ଏହା ପରେ ସମାଜବାଦୀ ପାର୍ଟି ମଧ୍ୟ ସମର୍ଥନ ପ୍ରତ୍ୟାହାର କରିନେବ। ଯଦି ଏଭଳି ପରିସ୍ଥିତି ଉପୁଜେ ତେବେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଯିବ। ତେଣୁ ମାୟାଙ୍କ ଧମକରେ ଏବେ କମଳନାଥଙ୍କ ଚିନ୍ତା ବଢ଼ିଯାଇଛି। ଭୁଲ୍‌ ବୁଝାମଣାର ଖୁବ୍‌ ଶୀଘ୍ର ସମାଧାନ ହେବ ବୋଲି କମଳନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe