ଶାସକ ବିଜେଡ଼ିର ଅଭେଦ୍ୟ ଦୁର୍ଗ ହେଉଛି କନ୍ଧମାଳ ଲୋକସଭା ଆସନ। ୨୦୦୯ରେ ବିଜେଡିର ରୁଦ୍ରମାଧବ ରାୟ ଏଠାରୁ ବିଜୟ ବାନା ଉଡ଼ାଇବା ପରେ ୨୦୧୪ରେ ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ। ତେବେ ହେମେନ୍ଦ୍ରଙ୍କର ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବର ସିଂହ ଉପନିର୍ବାଚନରେ ବହୁମତ ପାଇ ଶାସକ ଦଳର ବିଜୟ ଧାରାକୁ କାଏମ୍ ରଖିଥିବା ବେଳେ ଏଥର ତାଙ୍କ ବଦଳରେ ଓଡ଼ିଶାର ଜଣାଶୁଣା ସମାଜସେବୀ ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ଏମ୍ପି ପ୍ରାର୍ଥୀ ଭାବେ ଛିଡ଼ା କରିଛି। କିଟ୍, କିସ୍ ଏବଂ କିମ୍ସ ମେଡ଼ିକାଲ କଲେଜର ପ୍ରତିଷ୍ଠାତା ହେଉଛନ୍ତି ଅଚ୍ୟୁତ। ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ପାଇଁ ସେ ପ୍ରତିଷ୍ଠା କରିଛନ୍ତି ସବୁଠୁ ବଡ ସ୍କୁଲ ‘କିସ୍’। ତାଙ୍କ ସହିତ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ବିଜେପି ପ୍ରାର୍ଥୀ ଐର ଖାରବେଳ ସ୍ବାଇଁ ଏବଂ କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ। ପୂର୍ବତନ ଆଲାଏଡ୍ ଅଫିସର ଖାରବେଳ ସ୍ବାଇଁ ପୂର୍ବରୁ ସାଂସଦ ଭାବେ ନିର୍ବାଚିତ ହୋଇ ସାରିଛନ୍ତି। ଶ୍ରୀ ସ୍ବାଇଁଙ୍କର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଥିବା ବେଳେ ଡ.ସାମନ୍ତ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି। ଆସନ୍ତା ୧୮ ତାରିଖରେ ବହୁ ପ୍ରତୀକ୍ଷିତ ଏହି ଆସନ ପାଇଁ ମତଦାନ ହେବ।
କନ୍ଧମାଳ ଲୋକସଭା ଆସନରେ ଅଚ୍ୟୁତ, ଖାରବେଳ
Advertisment
Follow Us