କୁଶୱାହଙ୍କ ୨ ବିଧାୟକ ଜେଡିୟୁରେ ସାମିଲ

ଔପଚାରିକ ମାନ୍ୟତା ମିଳିଲା

ଜେଡିୟୁକୁ ଆଶ୍ବସ୍ତ କଲା ବିଜେପି, ବିହାର ଏନ୍‌ଡିଏର ମୁଖିଆ ରହିବେ ନୀତୀଶ

Ashoka News

ପାଟନା: ଏନ୍‌ଡିଏରୁ ଅଲଗା ହୋଇଯାଇଥିବା ବିହାରର ପୂର୍ବ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହଙ୍କୁ ଆଜି ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି)ର ୨ ଜଣ ବିଧାୟକ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ବିଧାୟକଙ୍କ ଆବେଦନ ଭିତ୍ତିରେ ସେମାନଙ୍କୁ ବିଧାନସଭା ବାଚସ୍ପତି ଜେଡିୟୁ ବିଧାୟକ ଭାବେ ମାନ୍ୟତା ଦେଇଛନ୍ତି। ବିଧାନସଭାରେ ଆର୍‌ଏଲ୍‌ଏସ୍‌ପିର ୨ ଜଣ ବିଧାୟକ ହିଁ ଥିଲେ ଏବଂ ଏବେ ସେମାନେ ଦଳ ଛାଡ଼ି ଦେବା ପରେ ଆର୍‌ଏଲ୍‌ଏସ୍‌ପିର ସ୍ଥିତି ସଙ୍କଟରେ ପଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe