ହାଜିପୁର: ବିହାରର ହାଜିପୁର ଲୋକସଭା ଆସନରେ ଏଲଜେପି ଅଧ୍ୟକ୍ଷ ରାମ ବିଳାସ ପାଶୱାନ ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମଧ୍ୟରେ ଛାୟା ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାଶୱାନ ହାଜିପୁର ଆସନରୁ ୯ ଥର ନିର୍ବାଚନ ଜିତି ଆସିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଏହି ଆସନରେ ତାଙ୍କ ସାନ ଭାଇ ପଶୁପତି କୁମାର ପାରସ ନିର୍ବାଚନ ଲଢ଼ୁଛନ୍ତି। ପାସୱନ୍ଙ୍କ ଭାଇ ପାରସ୍ ଆରଜେଡିର ଶିବ ଚନ୍ଦ୍ର ରାମଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନ ଲାଲୁଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ପାଲଟିଛି । କାରଣ ଶିବ ଚନ୍ଦ୍ର ହେଉଛନ୍ତି ଲାଲୁଙ୍କ ଘନିଷ୍ଠ ସହଯୋଗୀ। ତାଙ୍କୁ ମଧ୍ୟ ଲାଲୁଙ୍କ ପ୍ରତିନିଧି କୁହାଯାଉଛି। ତେଣୁ ଶିବ ଚନ୍ଦ୍ର ରାମଙ୍କୁ ଏହି ଆସନରୁ ନିର୍ବାଚନ ଜିତାଇବାପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ଅନୁରୋଧ କରିଛନ୍ତି। ଲାଲୁ ସବୁବେଳେ ପାଶୱାନ୍ଙ୍କୁ ରାଜନୀତିର ‘ପାଣିପାଗ ବୈଜ୍ଞାନିକ’ ବୋଲି କହନ୍ତି। ତେବେ ପାଶୱାନ ଭୋଟର୍ଙ୍କୁ କହିଛନ୍ତି ଯେ ପାରସ୍ ହେଉଛନ୍ତି ତାଙ୍କ ପ୍ରତିନିଧି। ପାସୱନ୍ ରାମ ହେଲେ ପାରସ୍ ଲକ୍ଷ୍ମଣ ବୋଲି ସେ କହିଛନ୍ତି।
ହାଜିପୁରରେ ଲାଲୁ ଏବଂ ପାଶୱାନଙ୍କ ମଧ୍ୟରେ ଛାୟା ଯୁଦ୍ଧ
Advertisment
Follow Us