ଲାଲୁଙ୍କ ଝିଅ ଗୁରୁଗ୍ରାମ୍‌ ବୋହୂ, କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି

Advertisment
ଲାଲୁଙ୍କ ଝିଅ ଗୁରୁଗ୍ରାମ୍‌ ବୋହୂ, କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି

ଗୁରୁଗ୍ରାମ୍‌ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଏବଂ ତେଜସ୍ବୀଙ୍କ ମଧ୍ୟରେ ଏବେ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଲାଗି ରହିଛି। ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ ମଧ୍ୟ ଏବେ ବିହାରରେ ପୁଣିଥରେ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ଲାଲୁଙ୍କ ସାନ ଝିଅ ଅନୁଷ୍କା ରାଓ ଏବେ ଗୁରୁଗ୍ରାମର ବୋହୂ ଭାବେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ମାତିଛନ୍ତି। ବିହାରରୁ ଆରମ୍ଭ କରି ପୂର୍ବ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ସେ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି। ଅନୁଷ୍କା ହରିୟାଣାର ପୂର୍ବତନ ଶକ୍ତି ମନ୍ତ୍ରୀ ଅଜୟ ଯାଦବଙ୍କ ପୁଅ ଚିରଂଜୀବ୍‌ଙ୍କୁ ବିବାହ କରିଛନ୍ତି। ଅନୁଷ୍କା ଘରକୁ ଘର ବୁଲି କଂଗ୍ରେସ ପାଇଁ ପ୍ରଚାର କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe