ଶେଷ ପର୍ଯ୍ୟାୟରେ ୬୩% ମତଦାନ

Advertisment
ଝାଡ଼ଖଣ୍ଡରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ: ଭୋଟଗ୍ରହଣ ବେଳେ ହିଂସାକାଣ୍ଡ ଘଟି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ୍‌ ଗ୍ରହଣ ଆଜି ସଂପୂର୍ଣ୍ଣ ହୋଇଛି। ଶେଷ ପର୍ଯ୍ୟାୟରେ ୫୯ଟି ଆସନରେ ୬୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ବିହାରରେ ୫୩.୭୬ ପ୍ରତିଶତ ହିମାଚଳ ପ୍ରଦେଶରେ ୬୯.୯୬ ପ୍ରତିଶତ, ମଧ୍ୟ ପ୍ରଦେଶରେ ୭୧.୪୧ ପ୍ରତିଶତ, ପଂଜାବରେ ୬୨.୭୫ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୭.୭୫ ପ୍ରତିଶତ, ପଶ୍ଚିମବଂଗରେ ୭୩.୫୧ ପ୍ରତିଶତ, ଝାଡ଼ଖଣ୍ଡରେ ୭୧.୪୪ ପ୍ରତିଶତ ଏବଂ ଚଣ୍ଡିଗଡ଼ରେ ୬୩.୫୭ ପ୍ରତିଶତ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଆଜି ଉତ୍ତର ପ୍ରଦେଶର ୧୩ଟି ଲୋକସଭା ଆସନ, ପଂଜାବର ସମସ୍ତ ୧୩ଟି ଆସନ, ପଶ୍ଚିମବଂଗର ୯ଟି ଆସନ, ବିହାର ଏବଂ ମଧ୍ୟ ପ୍ରଦେଶର ୮ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଲୋକସଭା ଆସନ, ଝାଡ଼ଖଣ୍ଡର ୩ଟି ଆସନ ଏବଂ ଚଣ୍ଡିଗଡ଼ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ଶେଷ ପର୍ଯ୍ୟାୟରେ ମୋଟ ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି।

ଆଜି ଭୋଟ୍‌ ଗ୍ରହଣ ହୋଇଥିବା ୫୯ ଆସନ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଆସନ ଥିଲା। ବାରଣାସୀ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୨୫ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। କଂଗ୍ରେସରୁ ଅଜୟ ରାୟ ପ୍ରାର୍ଥୀ ହୋଇଥିବା ବେଳେ ଏସ୍‌ପି-ବିଏସ୍‌ପି ମହାମେଣ୍ଟରୁ ଶାଳିନୀ ଯାଦବ ପ୍ରାର୍ଥୀ ହୋଇଛନ୍ତି। ଶେଷ ପର୍ଯ୍ୟାୟରେ ବିହାରରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଛି। ସେମାନେ ହେଲେ ରବିଶଙ୍କର ପ୍ରସାଦ, ରାମ କୃପାଳ ଯାଦବ, ଆର୍‌କେ ସିଂହ ଏବଂ ଅଶ୍ବିନୀ କୁମାର ଚୌବେ। ଶେଷ ପର୍ଯ୍ୟାୟରେ ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ, ଶତ୍ରୁଘ୍ନ ସିହ୍ନା, ପୂର୍ବତନ ପଂଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲ ଏବଂ ତାଙ୍କ ପତ୍ନୀ ତଥା କେନ୍ଦ୍ରମନ୍ତ୍ରୀ ହରସିମରନ କୌର, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରନିତ କୌର, ସାଂସଦ ଅନୁରାଗ ଠାକୁର, ଝାଡ଼ଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପି.କେ. ବଂଶଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe