ଆଇନ ସମସ୍ତଙ୍କ ପାଇଁ ସମାନ: ଯଦି ମୁଁ ଭୁଲ୍‌ କରିଛି, ମୋ ଘରେ ବି ଚଢ଼ଉ ହେଉ

Advertisment
ଆଉ ଦୁଇଟି   ଆଚରଣବିଧି ଉଲ୍ଲଙ୍ଘନ ମାମଲାରେ ମୋଦିଙ୍କୁ କ୍ଲିନଚିଟ ଦେଲା ନିର୍ବାଚନ ଆୟୋଗ

ସିଦ୍ଧି(ମଧ୍ୟପ୍ରଦେଶ): ନିର୍ବାଚନ ସମୟରେ ଚାଲିଥିବା ଆୟକର ଚଢ଼ଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିରୋଧୀ ଦଳମାନେ ଯେଉଁ ଧାରଣା ସୃଷ୍ଟି କରୁଛନ୍ତି ତାହା ଭୁଲ୍‌ ଏବଂ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ସିଦ୍ଧିରେ ଅନୁଷ୍ଠିତ ରୢାଲିରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ମୁଁ ବି କୌଣସି ଭୁଲ୍‌ କରିଥାଏ ତା’ହେଲେ ମୋ ଘରେ ବି ଚଢ଼ଉ ହେବା ଉଚିତ। ମଧ୍ୟପ୍ରଦେଶ ଏବଂ ଦିଲ୍ଲୀର ତୋଗଲକ ରୋଡରେ କଂଗ୍ରେସର ଯେଉଁ କଳା କାରନାମା ଧରାପଡ଼ିଛି ସେ ବାବଦରେ କଂଗ୍ରେସ ଦଳକୁ ଜବାବ ଦେବାକୁ ହେବ। କଂଗ୍ରେସ ଏବେ ଏହାର ‘ନାମଦାର’ (ରାହୁଲ ଗାନ୍ଧୀ)ଙ୍କ ପ୍ରଚାର ଅଭିଯାନରେ ଏହି ଦୁର୍ନୀତି ଅର୍ଥ ଖର୍ଚ୍ଚ କରୁଛି ବୋଲି ମୋଦୀ କହିଛନ୍ତି। ଟଙ୍କା ଜବତ ହେବାପରେ କମଳନାଥ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ହାସ୍ୟାସ୍ପଦ ଥିଲା ଏବଂ ସେ ଏ ବାବଦରେ ରଜ୍ୟବାସୀ ଜବାବ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe