ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍ଗେ ଆଜି କଲବୁର୍ଗୀରେ ଏକ ରୢାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ଏଥର ଲୋକସଭା ନିର୍ବାଚନରେ ୪୦ରୁ ଅଧିକ ଆସନ ପାଇଲେ କ’ଣ ମୋଦୀ ଦିଲ୍ଲୀର ବିଜୟ ଚୌକରେ ନିଜକୁ ଫାଶୀରେ ଝୁଲାଇ ଦେବେ କି ବୋଲି ଖଡ଼୍ଗେ ପ୍ରଶ୍ନ କରିଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାରେ କଂଗ୍ରେସ ୪୦ରୁ ଅଧିକ ଆସନ ପାଇବ ନାହିଁ ବୋଲି କହି ଆସୁଛନ୍ତି। ଏହାକୁ କେହି ବିଶ୍ବାସ କରୁନାହାନ୍ତି ବୋଲି ଖଡ଼ଗେ କହିଛନ୍ତି। ଏହା ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଳା ଇଂରେଜ୍ ବୋଲି କହିଥିଲେ। କଂଗ୍ରେସ ନେତା ସଂଜୟ ନିରୁପମ ମଧ୍ୟ ମୋଦୀଙ୍କୁ ଔରଙ୍ଗଜେବ୍ ସହିତ ତୁଳନା କରିଥିଲେ।
ଖଡ଼୍ଗେଙ୍କ ବିବାଦୀୟ ବୟାନ ମୋଦୀ ନିଜକୁ ଫାଶୀରେ ଝୁଲାଇବେ କି ?
Advertisment
Follow Us