ଟିଏମ୍‌ସିର ଖରାପ ପ୍ରଦର୍ଶନ ପାଇଁ ମମତା ଚିନ୍ତିତ

ନିର୍ବାଚନ କମିସନ୍‌ଙ୍କୁ ଦୋଷାରୋପ କଲେ, ୨୯୪ରୁ ୧୨୧ ବିଧାନସଭା ଆସନରେ ବିଜେପି ଆଗୁଆ

ପଶ୍ଚିମବଙ୍ଗରେ ବିଜେପିର ବିଜୟକୁ ଗ୍ରହଣ କରିପାରୁ ନାହାନ୍ତି ମମତା, ଟୁଇଟରରେ କବିତା ପୋଷ୍ଟ କରି ପ୍ରତିକ୍ରିୟା ରଖିଲେ ଦିଦି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପରେ ପଶ୍ଚିମବଂଗରେ ରାଜନୈତିକ ଡ୍ରାମା ଏବେ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିବା ବେଳେ ଟିଏମ୍‌ସି ଏହାକୁ ପ୍ରତ୍ୟାଖ୍ୟାନ କରିଛି। ମମତା ଆଜି ନିର୍ବାଚନ କମିସନ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଯୋଜନାବଦ୍ଧ ଭାବେ ଟିଏମ୍‌ସି ବିରୋଧରେ କାର୍ଯ୍ୟ କରାଯାଇଥିଲା। ନିର୍ବାଚନ କମିସନ ଟିଏମ୍‌ସି ପକ୍ଷରୁ କରାଯାଇଥିବା କୌଣସି ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ ଏବଂ ଏହାର ସୁଯୋଗ ବିଜେପି ଉଠାଇଥିଲା ବୋଲି ମମତା କହିଛନ୍ତି।‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ରାଜ୍ୟ ମୋ ବିରୋଧରେ କାମ କରିଛି ଏବଂ ଜରୁରୀ ପରିସ୍ଥିତି ଭଳି ଅବସ୍ଥା ସୃଷ୍ଟି କରାଯାଇଥିଲା। ରାଜ୍ୟରେ ହିନ୍ଦୁ-ମୁସ୍‌ଲିମଙ୍କ ମଧ୍ୟରେ ଭୋଟ୍‌ ବିଭାଜନ ପାଇଁ ଉଦ୍ୟମ କରି ବିଜେପି ଏଥିରେ ସଫଳ ହୋଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନ ପରିଣାମ ଆସିବା ପରେ ମମତାଙ୍କ ଦଳ ଟିଏମ୍‌ସିକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ୨୯୪ଟି ବିଧାନସଭା ଆସନରୁ ବିଜେପି ୧୨୧ ଆସନରେ ଆଗୁଆ ରହିଥିବା ଲୋକସଭା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଟିଏମ୍‌ସି ୧୬୪ ଆସନରେ ଆଗୁଆ ରହିଛି। ବିଜେପି ରାଜ୍ୟରେ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୮ ଟି ଲୋକସଭା ଆସନ ହାସଲ କରିଛି। ଅନ୍ୟପକ୍ଷରେ ଟିଏମ୍‌ସି ମୋଟ ୪୨ରୁ ୨୨ଟି ଆସନ ହାସଲ କରିଛି। ୨୦୧୪ରେ ବିଜେପି ରାଜ୍ୟରେ ମାତ୍ର ୨ଟି ଆସନ ହାସଲ କରିଥିଲା। ବିଜେପି ୪୦.୩ ପ୍ରତିଶତ ଭୋଟ୍‌ ପାଇ ସମସ୍ତଙ୍କୁ ଚମକାଇ ଦେଇଛି। ବିଜେପି ମୋଟ ୨ କୋଟି ୩୦ ଲକ୍ଷ ୨୮ ହଜାର ଭୋଟ୍‌ ପାଇଥିବା ବେଳେ ଟିଏମ୍‌ସି ୨ କୋଟି ୪୭ ଲକ୍ଷ ୫୭ ହଜାର ଭୋଟ୍‌ ପାଇଛି। ଟିଏମ୍‌ସିର ଭୋଟ୍‌ ପ୍ରତିଶତ ୪୩.୩ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe