ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଚାପୁଡ଼ା ମାଡ଼ ଘଟଣା କେଜ୍ରିୱାଲ୍ଙ୍କ ଦ୍ବାରା ପୂର୍ବ ପ୍ରାୟୋଜିତ ବୋଲି ବିଜେପିର ଲୋକସଭା ପ୍ରାର୍ଥୀ ମନୋଜ ତିୱାରୀ ଏବଂ ମୁଖପାତ୍ର ହରିଶ ଖୁରାନା କହିଥିବାବେଳେ ଏନେଇ ସେମାନଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଛି। ଜଣେ ଆପ୍ କର୍ମୀ ଏନେଇ ମାନହାନି ମାମଲା ରୁଜୁ କରିଛନ୍ତି। କେଜ୍ରିୱାଲ୍ଙ୍କୁ ଚାପୁଡ଼ା ମାଡ଼ ଘଟଣାରେ ଏଭଳି ବୟାନ ଦେଇ ଆପ୍କୁ ଅସମ୍ମାନିତ କରାଯାଇଛି ଏବଂ ଆପ୍ ବିରୋଧରେ ଏହା ଏକ ଅପରାଧିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗକାରୀ ଦାବି କରିଛନ୍ତି।
ମନୋଜ ତିୱାରୀଙ୍କ ବିରୋଧରେ ମାନହାନି ମାମଲା
Advertisment
Follow Us