ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଇପ୍ରୋଫାଇଲ୍ ବାରଣାସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ଦଳ ଏବେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି। ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯିବ ଏବଂ ସେ ବାରଣାସୀରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଆମେଥିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଘେରିବା ପାଇଁ ବିଜେପି ଜୋର୍ଦାର ରଣନୀତି ଅପଣାଇଥିବାରୁ ଏହାର ଜବାବରେ ବାରଣାସୀରେ ମୋଦୀଙ୍କୁ ଘେରିବା ପାଇଁ ଏବେ କଂଗ୍ରେସ ମଧ୍ୟ ମାଷ୍ଟର ପ୍ଲାନ୍ ତୟାର କରୁଛି। ତେବେ ପ୍ରିୟଙ୍କାଙ୍କୁ ବାରଣାସୀରେ ପ୍ରାର୍ଥୀ କରିବା ପୂର୍ବରୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ସହିତ କଂଗ୍ରେସ ଆଲୋଚନା କରି ସମର୍ଥନ ମାଗିବ ବୋଲି ଜଣାପଡ଼ିଛି । ପ୍ରିୟଙ୍କା ଏବେ ପୂର୍ବ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସର ପ୍ରଭାରୀ ଅଛନ୍ତି ଏବଂ ବାରଣାସୀ ଲୋକସଭା କ୍ଷେତ୍ରରେ ବ୍ୟାପକ ପ୍ରଚାର ଅଭିଯାନ ଚଳାଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ମୋଦୀ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲରୁ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ତୃତୀୟ ସ୍ଥାନରେ ରହିଥିଲେ।
ମୋଦୀଙ୍କୁ ଘେରିବାକୁ କଂଗ୍ରେସର ମାଷ୍ଟର ପ୍ଲାନ୍: ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା
Advertisment
Follow Us