ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଇମ୍ରାନ୍‌

ଶାନ୍ତି ପାଇଁ ଆତଙ୍କବାଦ ବନ୍ଦ ହେବା ଜରୁରୀ: ମୋଦୀ

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଇମ୍ରାନ୍‌

News Nation

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ସହ ଆଲୋଚନା ବେଳେ ଦୁଇ ଦେଶର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆଶା ପ୍ରକଟ କରିଛନ୍ତି ଇମ୍ରାନ୍‌। ଇମ୍ରାନ୍‌ ଶୁଭେଚ୍ଛା ଜଣାଇବା ପରେ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋଦୀ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ମୋଦୀ ଇମ୍ରାନ୍‌ଙ୍କ ସହ ଆଲୋଚନା ବେଳେ ଦୁଇ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ସଂକଳ୍ପକୁ ପୁଣି ଦୋହରାଇଛନ୍ତି। ଆଂଚଳିକ ଶାନ୍ତି ପାଇଁ ଆତଙ୍କବାଦ ବନ୍ଦ ହେବା ଜରୁରୀ ବୋଲି ମୋଦୀ ଇମ୍ରାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe