ମୋଦୀ-ମମତା ଲଢ଼େଇ ଚରମରେ: ମୋଦୀ-ଶାହଙ୍କୁ ଜେଲ୍‌ରେ ପୂରାଇବୁ

Advertisment

ଟିଏମ୍‌ସି ପଶ୍ଚିମବଂଗକୁ ନର୍କରେ ପରିଣତ କରିଛି

ଟିଏମ୍‌ସି ପଶ୍ଚିମବଂଗକୁ ନର୍କରେ ପରିଣତ କରିଛି

ବୀରଭୂମ ଭଳି ଘଟଣା ଗୁଜରାଟ, ୟୁପିରେ ସାଧାରଣ: ମମତା

India Today

ମଥୁରାପୁର: ପଶ୍ଚିମବଂଗରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ରୢାଲିରେ ଉଦ୍‌ବୋଧନ ଦେଇଛନ୍ତି। ମୁଥରାପୁର ରୢାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରାଜୟ ଭୟରେ ହତାଶ ହୋଇ ମମତା ମତେ ଜେଲ୍‌ରେ ପୂରାଇବାକୁ ଧମକ ଦେଉଛନ୍ତି। ପଶ୍ଚିମବଂଗରେ ଟିଏମ୍‌ସି ସର୍ବତ୍ର ହିଂସାର ରାଜୁତି ଚଳାଇ ରାଜ୍ୟକୁ ନର୍କରେ ପରିଣତ କରିଛି। ଟିଏମ୍‌ସି ସମର୍ଥକଙ୍କ ହିଂସାକୁ ରୋକିବା ପାଇଁ ପୁଲିସ ଯଥୋଚିତ ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ସହାୟତା କରୁଛି। ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଟିଏମ୍‌ସି ଗୁଣ୍ଡାମାନଙ୍କ ବିରୋଧରେ ରହିଥିବା ପ୍ରମାଣକୁ ନଷ୍ଟ କରିବା ପାଇଁ ରାଜ୍ୟ ପୁଲିସ ତତ୍ପରତା ଦେଖାଇଛି ବୋଲି ମୋଦୀ କହିଛନ୍ତି। କୋଲକାତା କଲେଜରେ ଭଂଗାରୁଜା ଏବଂ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଟିଏମ୍‌ସି ଯେଉଁ ବର୍ବରତା ଦେଖାଇଛି ତାହାକୁ ରାଜ୍ୟବାସୀ କେବେ ବି କ୍ଷମା ଦେବେନାହିଁ ବୋଲି ମୋଦୀ କହିଛନ୍ତି। ପଶ୍ଚିମବଂଗରେ ବିକାଶର ରାଜନୀତି କରିବାକୁ ଟିଏମ୍‌ସି ଦେଉନାହିଁ ଏବଂ କେବଳ ହିଂସାର ମାର୍ଗରେ କ୍ଷମତା ଅକ୍ତିଆର କରିବାକୁ ଚାହୁଛି ବୋଲି ସେ କହିଛନ୍ତି। ମୋଦୀଙ୍କୁ ଆଜି ମମତା ଗୁଣ୍ଡା, ଶଇତାନ ଓ ମିଛୁଆ ବୋଲି କହିଥିବାରୁ ଏହାର ଜବାବରେ ସେ କହିଥିଲେ ଯେ ମମତା ଶାଳୀନତା ଭୁଲି ଗାଳିଗୁଲଜ କରି ଚାଲିଛନ୍ତି। ମୋ ପ୍ରତି ଗାଳି ଯେତିକି ଅଧିକ ହେଉଛି ଲୋକଙ୍କ ଭଲପାଇବା ସେତିକି ବଢ଼ୁଛି ବୋଲି ମୋଦୀ କହିଛନ୍ତି।

ମୋଦୀ କାନ ଧରି ଉଠ୍‌ବସ୍‌ କରିବା ଉଚିତ
ବିଜେପିର ଅର୍ଥରେ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଗ୍ରହଣ କରିବୁ ନାହିଁ
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏକ ଜନସଭାରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କଡ଼ା ସମାଲୋଚନା କରିବା ସହ ତାଙ୍କୁ ଗୁଣ୍ଡା ଓ ଶଇତାନ ବୋଲି କହିଛନ୍ତି। ପଶ୍ଚିମବଂଗରେ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଅଭିଯାନ ବିଫଳ ହେବ ବୋଲି ଦର୍ଶାଇ ମମତା କହିଥିଲେ ଯେ ବିଜେପିର ଗୁଣ୍ଡାଗିରିର ଉଚିତ ଜବାବ ଦିଆଯିବ ଏବଂ ଆବଶ୍ୟକ ହେଲେ ସେମାନଙ୍କୁ ଜେଲ୍‌ରେ ପୂରାଇ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଂଗରେ ତାଙ୍କ ବିରୋଧରେ କେବଳ ମିଛ ହିଁ କହିଚାଲିଛନ୍ତି ଏବଂ ଏଥିପାଇଁ ସେ କାନ ଧରି ଉଠ୍‌ବସ କରିବା ଉଚିତ ବୋଲି ମମତା କହିଛନ୍ତି। ନିର୍ବାଚନ କମିସନ ରାଜ୍ୟରେ ନିର୍ବାଚନ ପ୍ରଚାରକୁ ଦିନକୁ ପୂର୍ବରୁ ଶେଷ କରାଯିବାକୁ ନିଷ୍ପତ୍ତି ନେଇ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ କରିଛନ୍ତି ଏବଂ ବିଜେପିର ଭାଇ ଭଳି କାମ କରିଛନ୍ତି ବୋଲି ମମତା କହିଛନ୍ତି। ବିଦ୍ୟାସାଗରଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନକୁ ସମାଲୋଚନା କରି ମମତା କହିଥିଲେ ଯେ ଏହାଦ୍ବାରା ପଶ୍ଚିମବଂଗର ୨୦୦ ବର୍ଷ ପୁରୁଣା ଐତିହ୍ୟ ଫେରିବ ନାହିଁ। ବିଜେପିର ଗୁଣ୍ଡାମାନେ ହିଁ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବାରୁ ଏଥିପାଇଁ ବିଜେପିର ଅର୍ଥ ଗ୍ରହଣ କରାଯିବ ନାହିଁ ବୋଲି ମମତା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ରୢାଲି ପରେ ଆଉ କାହାର ରୢାଲି କରାଇ ନଦେବାକୁ ନିର୍ବାଚନ କମିସନ ଷଡ଼ଯନ୍ତ୍ର କରି ପ୍ରଚାର ଉପରେ ଅଙ୍କୁଶ ଲଗାଇଥିବା ମମତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe