ମୋଦୀଙ୍କ ଟାର୍ଗେଟ୍‌ରେ ‘ଆୱାର୍ଡ ୱାପ୍‌ସି ଗ୍ୟାଙ୍ଗ୍‌’

Advertisment
ମୋଦୀଙ୍କ ଟାର୍ଗେଟ୍‌ରେ ‘ଆୱାର୍ଡ ୱାପ୍‌ସି ଗ୍ୟାଙ୍ଗ୍‌’

ଗାଜିପୁର: ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନର ୭ମ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଛନ୍ତି। ଆଜି ଗାଜିପୁର ଲୋକସଭା କ୍ଷେତ୍ରରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଅଲୱର ଗଣ ଦୁଷ୍କର୍ମ ମାମଲାରେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ରାଜସ୍ଥାନରେ ହୋଇଥିବା ଏହି ଗଣ ଦୁଷ୍କର୍ମ ମାମଲାରେ ପୁରସ୍କାର ଫେରାଉଥିବା ବୁଦ୍ଧିଜୀବୀ ଏବଂ ଲେଖକମାନେ କାହିଁକି ନିରବ ରହିଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୫ ବର୍ଷର କାର୍ଯ୍ୟକାଳରେ ତାଙ୍କ ସରକାର ମହିଳାଙ୍କୁ ସର୍ବଦା ସମ୍ମାନ ଦେଇ ଆସିଛି। ସରକାର ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଫାଶୀ ଦଣ୍ଡ ବ୍ୟବସ୍ଥା କରିଛନ୍ତି। କିନ୍ତୁ ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସ ସରକାର କିଭଳି କାମ କରୁଛି ତାହା ଏବେ ଦେଶବାସୀ ଦେଖୁଛନ୍ତି। ‘ଆୱାର୍ଡ ୱାପ୍‌ସି ଗ୍ୟାଙ୍ଗ୍‌’ ଏହି ଭୟଙ୍କର କାଣ୍ଡ ନେଇ ମୁହଁ ଖୋଲୁନାହାନ୍ତି ଏବଂ ମହମବତୀ ନେଇ ରାସ୍ତାକୁ ଆସୁଥିବା କଂଗ୍ରେସର ରାଗଦରବାରୀଙ୍କ ମହମବତୀରୁ ଧୂଆଁ ବାହାରିବାରେ ଲାଗିଛି । ଅଲୱରରେ ଦୁଇ ସପ୍ତାହ ତଳେ ଜଣେ ଦଳିତ ଯୁବତୀ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। କିନ୍ତୁ ଅପରାଧୀଙ୍କୁ ଧରିବା ବଦଳରେ ସେଠାକାର ପୁଲିସ ଏବଂ କଂଗ୍ରେସ ସରକାର ମାମଲା ଦବାଇବାକୁ ଲାଗି ପଡ଼ିଥିଲେ। ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ଏହି ମାମଲା ବାହାରକୁ ନ ଆସିବା ପାଇଁ କଂଗ୍ରେସ ସରକାର ସବୁ ପ୍ରୟାସ କରିଥିଲା ଏବଂ ସତ୍ୟ ସାମ୍ନାକୁ ଆସିବା ପରେ କଂଗ୍ରେସର ମୁଖା ଖୋଲିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe