ମୋଦୀଙ୍କୁ ହାରିବା ଭୟ ଘ‌ାରିଛି, ଦିଦିଙ୍କ ନିଦ ହଜିଯାଇଛି

Advertisment
ମୋଦୀଙ୍କୁ ହାରିବା ଭୟ ଘ‌ାରିଛି, ଦିଦିଙ୍କ ନିଦ ହଜିଯାଇଛି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମମତାଙ୍କ ଗଡ଼ରେ ‌ତାଙ୍କୁ ଯେଭଳି କଡ଼ା ପ୍ରହାର କରିଛନ୍ତି, ମମତା ବି ଅନୁରୂପ ଢଙ୍ଗରେ ମୋଦୀଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମ ବଂଗର ଜନସାଧାରଣ ବିଜେପିକୁ କିଭଳି ଜବାବ ଦେଇଛନ୍ତି ତାହା ଭୋଟ୍‌ ଗଣତି ପରେ ଜଣାପଡ଼ିବ। ବିଜେପି ଏଥର ରାଜ୍ୟରେ ଖାତା ଖୋଲିପାରିବ ନାହିଁ ଏବଂ ଜନସାଧାରଣ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମୋଦୀ ଏବେ ‘ହାରାନ୍ତକ’ରେ ପୀଡ଼ିତ ଏବଂ ତାଙ୍କୁ ଏବେ ନିର୍ବାଚନ ହାରିବାର ଭୟ ଘାରିଛି ବୋଲି ସେ କହିଛନ୍ତି। ସାମ୍ପ୍ରଦାୟିକ ଆଧାରରେ ଲୋକମାନଙ୍କୁ ବିଭାଜନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଛନ୍ତି। ମୋଦୀ ଜାଣିଛନ୍ତି ଯେ ବିଜେପିର ବଡ଼ ପରାଜୟ ହେବ। ସେଥିଲାଗି ତାଙ୍କ ମୁହଁ ଏବେ ଫିକା ପଡ଼ିଯାଇଛି। ମମତା ଆଜି କ୍ରିଷ୍ଣାନଗର ଲୋକସଭା‌ ଆସନରେ ପ୍ରଚାର ବେଳେ କହିଥିଲେ ଯେ ମୋଦୀ ନାଟକବାଜୀ କରି ଲୋକଙ୍କୁ ଅଧିକ ଦିନ ଭୁଆଁ ବୁଲାଇପାରିବେ ନାହିଁ ।

ଦିଦିଙ୍କ ନିଦ ହଜିଯାଇଛି
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ରେ ଟାର୍ଗେଟ୍‌ କରି ପ୍ରବଳ ବର୍ଷିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଚରମରେ ପହଞ୍ଚିଥିବା ବେଳେ ମୋଦୀ ଏବଂ ମମତାଙ୍କ ମଧ୍ୟରେ ଆଜି ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ୨ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ସ୍ପିଡ୍‌ବ୍ରେକର ଦିଦିଙ୍କ ନିଦ ହଜିଯାଇଛି ‌ବୋଲି ମୋଦୀ ଆଜି ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଏକ ନିର୍ବାଚନୀ ରୢାଲି‌ରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମମତା ଲୋକଙ୍କ ବିଶ୍ବାସକୁ ମାଟିରେ ମିଶାଇ ଦେଇଛନ୍ତି ଏବଂ ମାଟି, ମାନୁଷ ନାଁରେ ପ୍ରତାରଣା କରିଛନ୍ତି। ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସମ୍ମାନ ଦେଇ ରାଜନୀତି କରିବା ବଦଳରେ ସେ ଦୁର୍ନୀତିଗ୍ରସ୍ତ, ମୁନାଫାଖୋର୍‌ଙ୍କୁ ପ୍ରଶ୍ରୟ ଦେବା ସହ ଅପରାଧ ପ୍ରବଣତାକୁ ବଢ଼ାଇଛନ୍ତି। କିନ୍ତୁ ରାଜ୍ୟରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଯେଉଁ ରିପୋର୍ଟ ଆସିଛି ସେଥିରେ ସ୍ପିଡ୍‌‌ବ୍ରେକର ଦିଦିଙ୍କ ନିଦ ହଜିଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଟିଏମ୍‌ସି ପ୍ରାର୍ଥୀଙ୍କ ପାଇଁ ମମତା ପଡ଼ୋଶୀ ଦେଶରୁ ଲୋକଙ୍କୁ ପ୍ରଚାର ପାଇଁ ଆଣୁଛନ୍ତି ଏବଂ ତାଙ୍କର ନିଜ ଉପରୁ ମଧ୍ୟ ଭରସା ଉଠିଗଲାଣି ବୋଲି ମୋଦୀ କହିଛନ୍ତି। ପଡ଼ୋଶୀ ଦେଶରୁ ଲୋକ ଆସି ଟିଏମ୍‌ସି ପାଇଁ ପ୍ରଚାର କରିବା ଲଜ୍ଜାଜନକ ବୋଲି ମତଦେଇ ମୋଦୀ କହିଥିଲେ ଯେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଖୁସି କରିବାପାଇଁ ଏଭଳି କରାଯାଇଛି । ସେହିପରି ବାଲାକୋଟ୍‌ ବିମାନ ଆକ୍ରମଣ ସଂକ୍ରାନ୍ତରେ ମମତା ପ୍ରମାଣ ମାଗିଥିବାରୁ ପ୍ରଧାନମନ୍ତ୍ରୀ ଆଜି ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତାଙ୍କ ‘‌ବେଙ୍ଗଲ ମଡେଲ୍’କୁ ସମାଲୋଚନା କରି ମୋଦୀ କହିଛନ୍ତି ଦିଦି ତାଙ୍କର ‘ଟୋଲାବାଜି ଟ୍ୟାକ୍ସ’ ମ‌ଡେଲକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଚାହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe