ମୋଦୀଙ୍କ ଟାର୍ଗେଟ୍‌ରେ ମନମୋହନ: ପରିବାରର ‘ରାତ୍ରି ଜଗୁଆଳ’ଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା

Advertisment
ମୋଦୀଙ୍କ ଟାର୍ଗେଟ୍‌ରେ ମନମୋହନ: ପରିବାରର ‘ରାତ୍ରି ଜଗୁଆଳ’ଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା

India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ତୁଳନା ରାତ୍ରି ଜଗୁଆଳି ସହ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ସଭାରେ ମନମୋହନଙ୍କ ନାମ ନନେଇ କହିଥିଲେ ଯେ ୨୦୦୪ରେ କଂଗ୍ରେସକୁ ପୁଣି କ୍ଷମତାକୁ ଆସିବା ପାଇଁ ଅଚାନକ ମୌକା ମିଳିଯାଇଥିଲା। କିନ୍ତୁ ସେହି ସମୟରେ ରାଜକୁମାର (ରାହୁଲ ଗାନ୍ଧୀ)ଙ୍କ ଉପରେ ପରିବାରର କି ଅନ୍ୟ କାହାର ଭରସା ନଥିବାରୁ ବିଶ୍ବସ୍ତ ରାତ୍ରି ଜଗୁଆଳଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇ ଦିଆଯାଇଥିଲା। ଏହା ପରଠାରୁ ୧୦ ବର୍ଷ ଧରି ରାଜକୁମାରଙ୍କୁ ତାଲିମ ଦିଆଚାଲିଲା ଏବଂ ତାଙ୍କୁ (ମନମୋହନ) ‘କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ’ ଭାବେ ଦେଶ ଉପରେ ଲଦି ଦିଆଯାଇଥିଲା। ପରିବାର ଦ୍ବାରା ରିମୋଟ୍‌ କଂଟ୍ରୋଲରେ ଶାସନ ଚାଲିଲା ଏବଂ ଦେଶ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଲା ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe