ବେଗୁନିଆପଡ଼ା: ଆଜି ଅପରାହ୍ନରେ ଆସିକା ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀଙ୍କ ପ୍ରଚାର ବେଳେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଏସ୍ ଛଛିନା ନିକଟସ୍ଥ ଗଡାନାଳ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅନିତାଙ୍କ ପ୍ରଚାରବେଳେ ଏସ୍. ଛଛିନାଠାରେ ଏକ ଆଖୁ ବୋଝେଇ ଟ୍ରକ୍ ଅନିତାଙ୍କ ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲେ। ତେବେ ଗାଡିର ପଛପଟ ଭାଙ୍ଗିରୁଜି ଯାଇଥିବା ବେଳେ ଅନିତାଙ୍କ କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି।
ସାଂସଦ ପ୍ରାର୍ଥୀ ଅନିତାଙ୍କ ଗାଡ଼ି ଦୁର୍ଘଟଣା
Advertisment
Follow Us