ପ୍ରଧାନମନ୍ତ୍ରୀ ପଦ, ନାଇଡ଼ୁ-ମମତା-ମାୟା ପ୍ରମୁଖ ଦାବିଦାର

Advertisment

ଏନ୍‌ଡିଏ ପୁଣି ସରକାର ଗଢ଼ି ପାରିବ ନାହିଁ, ରାହୁଲ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ପୂର୍ବରୁ କହିଛନ୍ତି

ଏନ୍‌ଡିଏ ପୁଣି ସରକାର ଗଢ଼ି ପାରିବ ନାହିଁ, ରାହୁଲ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ପୂର୍ବରୁ କହିଛନ୍ତି

ପ୍ରଧାନମନ୍ତ୍ରୀ ପଦ, ନାଇଡ଼ୁ-ମମତା-ମାୟା ପ୍ରମୁଖ ଦାବିଦାର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏକୁ ଯଦି ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ନ ମିଳିବ ତା’ହେଲେ ବିରୋଧୀ ଦଳଙ୍କ ମିଳିତ ସରକାରରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ହେବାପାଇଁ ପ୍ରମୁଖ ଦାବିଦାର ରହିବେ ବୋଲି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି। ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ଏଥର ଏନ୍‌ଡିଏକୁ ସଂଖ୍ୟା ଗରିଷ୍ଠତା ନ ମିଳିଲେ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଚଳାଇବାର ଅଭିଜ୍ଞତା ଥିବା ନାଇଡ଼ୁ, ମମତା ଏବଂ ମାୟା ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବାଗ୍ରେ ରହିବେ ବୋଲି ସେ କହିଛନ୍ତି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ନଥିବା ପୂର୍ବରୁ ଘୋଷଣା କରିଛନ୍ତି ଏବଂ ଅଭିଜ୍ଞତା ଦୃଷ୍ଟିରୁ ଏହି ତିନି ନେତା ଏହି ପଦ ପାଇଁ ଉପଯୁକ୍ତ ବୋଲି ପାୱାର କହିଛନ୍ତି। ବିଜେପିକୁ ହରାଇବା ଏବେ ବିରୋଧୀ ଦଳର ଏକମାତ୍ର ଲକ୍ଷ୍ୟ ରହିଛି ଏବଂ ଏନ୍‌ଡିଏ ପୁଣି ଥରେ ସରକାର ଗଠନ କରିବା ଆଶ ଦିଶୁନାହିଁ ବୋଲି ପାୱାର କହିଛନ୍ତି। ସେ ନିଜେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି କି ବୋଲି ପ୍ରଶ୍ନରେ ପାୱାର କହିଥିଲେ ଯେ ଏନ୍‌ସିପି ମାତ୍ର ୨୨ ଆସନରେ ନିର୍ବାଚନ ଲଢ଼ୁଥିବାରୁ ଏହା ତାଙ୍କ ପାଇଁ ଅସମ୍ଭବ ବ୍ୟାପାର। ତେବେ ନିର୍ବାଚନ ପରେ ବିରୋଧୀ ଦଳମାନଙ୍କୁ ଏକଜୁଟ୍‌ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିବ ବୋଲି ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe