(Photo Credits: Twitter/@NarendraModi)
ନୂଆଦିଲ୍ଲୀ: ମୋଦୀ ବାୟୋପିକ୍ ସହ ନମୋ ଟିଭିର ପ୍ରସାରଣ ଉପରେ ମଧ୍ୟ ନିର୍ବାଚନ କମିସନ ଅଙ୍କୁଶ ଲଗାଇଛନ୍ତି। ଏମ୍ସିଏମ୍ସି (ମିଡିଆ ସାର୍ଟିଫିକେଟ୍ ଆଣ୍ଡ୍ ମନିଟରିଂ କମିଟି)ର ବିନା ସ୍ବୃୀକୃତିରେ ନମୋ ଟିଭିରେ କୌଣସି ରାଜନୈତିକ ବିଷୟବସ୍ତୁ ପ୍ରସାରଣ ହେବନି ବୋଲି ଆଜି ନିର୍ବାଚନ କମିସନ କହିଛନ୍ତି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରୁଛି ଏମ୍ସିଏମ୍ସି। ଗତକାଲି ଦିଲ୍ଲୀ ସିଇଓଙ୍କ ନିକଟକୁ ଇସି ଏ ସଂକ୍ରାନ୍ତରେ ଏକ ଚିଠି ପଠାଇଥିଲେ। ଇସି ଚିଠିରେ ଦର୍ଶାଇଥିଲେ ଯେ ଏକ ବିଜ୍ଞାପନ ମଞ୍ଚ ଭାବେ ନମୋ ଟିଭିକୁ ଉପସ୍ଥାପନ କରାଯାଇଛି।
Follow Us