ନାଳନ୍ଦା: କର୍ଣ୍ଣାଟକର ଚାରି ଜଣ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ବିହାରର ନାଳନ୍ଦା ଜିଲ୍ଲାର ଏକ ଧର୍ମଶାଳାରୁ ଶୁକ୍ରବାର ଉଦ୍ଧାର କରାଯାଇଛି। ଏମାନେ ବିହାର ବୁଲିବାକୁ ଯାଇଥିବାବେଳେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ବୟସ୍କ ମହିଳା, ତାଙ୍କ ପୁଅ ଓ ଦୁଇ ଝିଅ ଅଛନ୍ତି। ବୌଦ୍ଧ ଓ ଜୈନ ଧର୍ମର ପ୍ରମୁଖ ଧାର୍ମିକସ୍ଥଳ ରାଜଗିର୍ର ଧର୍ମଶାଳାରେ ଏକ କକ୍ଷ ଜିଆର୍ ନାଗ ପ୍ରସାଦଙ୍କ ନାଁରେ ବୁକ୍ ହୋଇଥିଲା। କକ୍ଷଟି ତିନିଦିନ ହେଲା ଭିତରୁ ବନ୍ଦ ଥିବାବେଳେ ବାହାରକୁ ଦୁର୍ଗନ୍ଧ ଆସୁଥିବାରୁ ଧର୍ମଶାଳାର ମ୍ୟାନେଜର ସକାଳ ୯ଟା ୪୦ରେ ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଭିତରେ ପଶିବାରୁ ୪ ଜଣ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲା। ମୃତକ ହେଲେ ଜିଆର୍ ସୁମଙ୍ଗଳା (୭୮), ତାଙ୍କ ଝିଅ ଶିଳ୍ପା ଜିଆର୍ (୪୮), ଶ୍ରୁତ ଜିବି (୪୩), ଓ ପୁଅ ଜିଆର୍ ନାଗ ପ୍ରସାଦ (୫୦)। ସମସ୍ତେ କର୍ଣ୍ଣାଟକର ତୁମକୁର୍ ଜିଲ୍ଲାର ଗୁବିର ବାସିନ୍ଦା। ଧର୍ମଶାଳାରୁ ମିଳିଥିବା କାଗଜପତ୍ର ଅନୁଯାୟୀ ଜିଆର୍ ସୁମଙ୍ଗଳା ରତ୍ନବାଳା ରାଜୁଙ୍କ ପତ୍ନୀ ବୋଲି ଜଣାପଡ଼ିଛି। ପୁଲିସ ସେଠାରୁ ମୋବାଇଲ ଫୋନ୍, ୨୫ଟି ନିଦ ଔଷଧ ପ୍ୟାକେଟ, ଆଧାର କାର୍ଡ଼, ପାନ୍ କାର୍ଡ଼, ଏଟିଏମ୍ କାର୍ଡ ଓ ନଗଦ ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଫୋରେନସିକ୍ ବିଶେଷଜ୍ଞ ଫଟୋ ଉଠାଇବା ସହିତ ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲେ।
ଆହୁରି ପଢ଼ନ୍ତୁ: Winter Olympics: ଶୀତକାଳୀନ ଅଲିମ୍ପିକ୍ସର ଶୁଭାରମ୍ଭ; ଭାନ୍ସଙ୍କୁ ଚିଡ଼ାଇଲେ ଇଟାଲୀ ଦର୍ଶକ
ଘଟଣା ସମ୍ପର୍କରେ କର୍ଣ୍ଣାଟକ ପୁଲିସ ମାଧ୍ୟମରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ନାଳନ୍ଦା ଜିଲ୍ଲାର ବିହାର ସରିଫ୍ ସ୍ଥିତ ସଦର ହସ୍ପିଟାଲକୁ ପଠାଯାଇଛି। ଏହି ମାମଲାର ସବୁ ଦିଗରୁ ତଦନ୍ତ କରିବାକୁ ନାଳନ୍ଦା ଏସ୍ପି ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ଏକ ଦୁଇ ଜଣିଆ ଦଳ କର୍ଣ୍ଣାଟକର ଗୁବିକୁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/untitled-24jpg-2026-02-07-18-30-44.jpeg)