ନାଇଡ଼ୁଙ୍କ ଅଭିଯୋଗ ନିର୍ବାଚନ କମିସନ କାମ କରାଇ ଦେଉନାହାନ୍ତି 

Advertisment
ନାଇଡ଼ୁଙ୍କ ଅଭିଯୋଗ ନିର୍ବାଚନ କମିସନ କାମ କରାଇ ଦେଉନାହାନ୍ତି 

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଆଜି ନିର୍ବାଚନ କମିସନ (ଇସି)ଙ୍କ ବିରୋଧରେ  ଗୁରୁତର ଅଭିଯୋଗ ଆଣିଛନ୍ତି। ଇସି ଆନ୍ଧ୍ର ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଏବଂ ଆନ୍ଧ୍ର ସରକାରଙ୍କୁ ସଠିକ୍‌ ରୂପେ କାର୍ଯ୍ୟ ସମ୍ପାଦନ କରିବାକୁ ଦେଉନାହାନ୍ତି ବୋଲି ନାଇଡ଼ୁ ଅଭିଯୋଗ କରିଛନ୍ତି। ମୁ୍ଖ୍ୟ ନିର୍ବାଚନ କମିସନର (ସିଇସି) ସୁନିଲ ଆରୋରାଙ୍କୁ ଏକ ଚିଠି ଲେଖି ନାଇଡ଼ୁ କହିଛନ୍ତି ଯେ ତାଙ୍କୁ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା ବୈଠକ କରିବାର କ୍ଷମତା ନଥିବା ସଂକ୍ରାନ୍ତରେ ଆନ୍ଧ୍ର ସିଇଓ ଗଣମାଧ୍ୟମଙ୍କୁ ଅବଗତ କରାଇଛନ୍ତି ବୋଲି ସେ ସିଇସିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ‌ତେବେ ନାଇଡ଼ୁ ଦାବି କରିଛନ୍ତି ଯେ ନିର୍ବା‌ଚନ ଆଚରଣ ବିଧିରେ ଏଭଳି କିଛି ବ୍ୟବସ୍ଥା ନାହିଁ। ନିର୍ବାଚନ କମିସନ ତାଙ୍କ ବିରୋଧରେ ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି।   ଇସି କେବଳ ବିଜେପି ନେତୃତ୍ବାଧୀନ କିମ୍ବା ଏହାର ମେଣ୍ଟ ସହଯୋଗୀ ଦ୍ବାରା ଶାସିତ ରାଜ୍ୟଗୁଡ଼ିକରେ କୋହଳ ନୀତି ଧରିଛନ୍ତି।  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ   ନିୟମିତ ଭା‌ବେ ସମୀକ୍ଷା ବୈଠକ  କିଭଳି କରୁଛନ୍ତି ଏବଂ ଏଥିରେ କାହିଁକି ଅଙ୍କୁଶ ଲାଗୁନାହିଁ ବୋଲି ନାଇଡ଼ୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe