୨୫ ବର୍ଷ ପରେ ସିକିମ୍‌ ପାଇଲା ନୂଆ ମୁଖ୍ୟମନ୍ତ୍ରୀ

Advertisment
୨୫ ବର୍ଷ ପରେ ସିକିମ୍‌ ପାଇଲା ନୂଆ ମୁଖ୍ୟମନ୍ତ୍ରୀ

ଗ୍ୟାଙ୍ଗଟକ୍‌ : ଦୀର୍ଘ ୨୫ ବର୍ଷ ପରେ ସିକିମ ଏହାର ନୂଆ ମୁଖ୍ୟମନ୍ତ୍ରୀ ପାଇଛି। ରାଜ୍ୟରେ ପୱନ ଚାମଲିଙ୍ଗ୍‌ଙ୍କ ଶାସନର ଅନ୍ତ ଘଟିଛି। ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ଅଧ୍ୟକ୍ଷ ପିଏସ୍‌ ଗୋଲେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ନୂଆ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗ ନାଁରେ ଜଣାଶୁଣା। ପୈଜୋର ଷ୍ଟାଡିୟମ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପିଏସ୍‌ ଗୋଲେଙ୍କୁ ଆଜି ରାଜ୍ୟପାଳ ଗଙ୍ଗା ପ୍ରସାଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିକ୍କିମ୍‌ରେ ଚାଲିଥିବା ଦୀର୍ଘ ୨୪ ବର୍ଷର ପୱନ କୁମାର ଚାମଲିଙ୍ଗଙ୍କ ଶାସନର ଅନ୍ତ ଘଟାଇ ଗୋଲେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ରାଜ୍ୟର ୩୨ ବିଧାନସଭା ଆସନରୁ ଗୋଲେଙ୍କ ଏସକେଏମ୍‌ ୧୭ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ ଗୋଲେ ଦିନେ ଚାମଲିଙ୍ଗ୍‌ଙ୍କ ନେତୃତ୍ବାଧୀନ ଏସଡିଏଫର ପ୍ରତିଷ୍ଠାତା ସଦସ୍ୟ ଥିଲେ। କିନ୍ତୁ ଏଥିରୁ ବାହାରି ଯାଇ ସେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ଗଠନ କଲେ। ୨୦୧୪ ନିର୍ବାଚନରେ ମଧ୍ୟ ଏସ୍‌କେଏମ୍‌ ୧୦ଟି ବିଧାନସଭା ଆସନ ଅକ୍ତିଆର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe