ନୂଆ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତ ପାଇଁ ମୋଦୀଙ୍କ ନିର୍ଦେଶ

Advertisment
ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ୧୦୦ ଦିନର ଆଜେଣ୍ଡା ପ୍ରସ୍ତୁତି କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି

Image Courtesy of Hindustan Times

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ‌ଏବେ ଚାଲିଛି। ୭ଟି ପର୍ଯ୍ୟାୟ ମଧ୍ୟରୁ ମାତ୍ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ଆସନ୍ତା ମାସ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସରକାର କିଏ ଗଠନ କରିବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ମୋଦୀ କ୍ଷମତାକୁ ଫେରିବା ଲାଗି ଦୃଢ଼ ଆଶାବାଦୀ ଅଛନ୍ତି। ଫଳରେ ନୂଆ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇ ସାରିଲେଣି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନିତି ଆୟୋଗ ଏବଂ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କୁ ଏହି କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଲାଗି କହିଛନ୍ତି। ନିର୍ବାଚନ ପ୍ରଚାର କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ବି ମୋଦୀ ଏହି ନିର୍ଦେଶ ଦେଇଛନ୍ତି। ବିଶେଷକରି ତୈଳ ଏବଂ ଗ୍ୟାସ, ଖଣିଜ, ଭିତ୍ତିଭୂମି ଏବଂ ଶିକ୍ଷା କ୍ଷେତ୍ରରେ ରହିଥିବା ଅମଲାତାନ୍ତ୍ରିକ ନାଲିଫିତାକୁ ହଟାଇବା ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଏହାକୁ ଦୂର କରାଗଲେ ଅର୍ଥନୈତିକ ଅଭିବୃଦ୍ଧି ୨.୫ ପ୍ରତିଶତ ବଢ଼ିଯିବ ବୋଲି ଆଶା କରାଯାଉଛି। ଏହାଦ୍ବାରା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଲାଗି ଭିତ୍ତିଭୂମି ପଡ଼ିବ ବୋଲି ନିଜ ନାମ ଗୋପନ ରଖି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe