ସାଧ୍ବୀ ପ୍ରଜ୍ଞାଙ୍କୁ ବିଜେପିରୁ ହଟାଇବାକୁ ଦାବି କଲେ ନୀତୀଶ

ସାଧ୍ବୀ ପ୍ରଜ୍ଞାଙ୍କୁ ବିଜେପିରୁ ହଟାଇବାକୁ ଦାବି କଲେ ନୀତୀଶ

photo--the asian age

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ଗଡ଼ସେ ଟିପ୍ପଣୀକୁ ନିନ୍ଦନୀୟ ବୋଲି କହିଛନ୍ତି। ନୀତୀଶ ଆଜି ଭୋଟ୍‌ ଦେବାପରେ ତାଙ୍କ ମେଣ୍ଟ ସହଯୋଗୀ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କ ଗଡ଼ସେ ‌‌ଦେଶଭକ୍ତ ଟିପ୍ପଣୀରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ନୀତୀଶ କହିଛନ୍ତି ସାଧ୍ବୀ ପ୍ରଜ୍ଞାଙ୍କ ଏଭଳି ଟିପ୍ପଣୀ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଉ। ମହାତ୍ମା ଗାନ୍ଧୀ ହେଉଛନ୍ତି ଜାତିର ଜନକ। ତେବେ ଗାନ୍ଧୀଙ୍କ ହତ୍ୟାକାରୀ ଗଡ଼ସେଙ୍କ ବାବଦରେ ଏଭଳି ବୟାନ ଦେଲେ ଏହାକୁ ଲୋକେ ଆଦୌ ସହଜରେ ଗ୍ରହଣ କରିବେନି। ଏହା ଖୁବ୍‌ ନିନ୍ଦନୀୟ। ଏଭଳି ମନ୍ତବ୍ୟକୁ ଆଦୌ ଗ୍ରହଣ କରିହେବନି ବୋଲି ନୀତୀଶ କହିଛନ୍ତି। ଅନ୍ୟପକ୍ଷେ ନୀତୀଶ କୁମାରଙ୍କ ଏଭଳି ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ। ସେ କହିଛନ୍ତି , ଯଦି ନୀତୀଶ କୁମାର ସାଧ୍ବୀ ପ୍ରଜ୍ଞାଙ୍କ ଦ୍ବାର‌ା ଏତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେ ନିଜେ ସରକାର ଛାଡ଼ିଦେବା ଉଚିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe