ପାନାଜୀ ଉପନିର୍ବାଚନ: ପାରିକରଙ୍କ ପୁଅଙ୍କୁ ବିଜେପି ଟିକଟ ମିଳିଲାନି

Advertisment
ପାନାଜୀ ଉପନିର୍ବାଚନ: ପାରିକରଙ୍କ ପୁଅଙ୍କୁ ବିଜେପି ଟିକଟ ମିଳିଲାନି

ପାନାଜୀ: ପାନାଜୀ ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳଙ୍କୁ ଟିକଟ ଦେବାପାଇଁ ବିଜେପି ମନା କରିଦେଇଛି। ଏହା ସହିତ ଏହି ଆସନ ପାଇଁ ପୂର୍ବ ପାନାଜୀ ବିଧାୟକ ସିଦ୍ଧାର୍ଥ କୁନ୍‌କାଲିଏନ୍‌କର୍‌ଙ୍କୁ ପ୍ରାର୍ଥୀ କରାଯିବ ବୋଲି ଦଳ ଘୋଷଣା କରିଛି। ଆଜି ଦଳର ଗୋଆ ନିର୍ବାଚନ କମିଟି ସିଦ୍ଧାର୍ଥଙ୍କ ନାମକୁ ନେଇ ସହମତି ପ୍ରକାଶ କରିବା ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରି ଖେଳିଯାଇଛି। ତେବେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରି ଉତ୍ପଳ ପାନାଜୀର ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ବିଶେଷ ଏବଂ ଦଳୀୟ କର୍ମୀଙ୍କୁ ଭେଟୁଥିଲେ। ସିଦ୍ଧାର୍ଥଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ନିଷ୍ପତ୍ତି ନେବାପରେ ଉତ୍ପଳ କହିଛନ୍ତି ସେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe