କନ୍ଧମାଳରେ ପିସିସି ସଭାପତି ଓ ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀ: ବିଜେଡି, ବିଜେପି ବିରୋଧରେ ବର୍ଷିଲେ

Advertisment
କନ୍ଧମାଳରେ ପିସିସି ସଭାପତି ଓ ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀ: ବିଜେଡି, ବିଜେପି ବିରୋଧରେ ବର୍ଷିଲେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୋରେନସନ ପଡିଆ‌ଠାରେ ଆଜି କଂଗ୍ରେସର ନିର୍ବାଚନୀ ପ୍ରଚାର ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ବିଷୋଦ୍‌ଗାର କରିଥିଲେ। କେନ୍ଦ୍ର ସରକାର ଭାରତବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବା ଅକ୍ଷମ। କେବଳ ଭାଷଣବାଜି ଦେଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି। ପୁଣି ବଡବଡ କଥା ଓ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବାକୁ ମୋଦି ଉଦ୍ୟମ କରୁଛନ୍ତି। ହେଲେ ଭାରତର ଭୋଟର ଆଉ ପୂର୍ବ ଭୁଲ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ପୁଣି କ୍ଷମତାକୁ ଆସିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଠିକଣା ଜବାବ ଦେବାକୁ ସେ ଆହ୍ବାନ ଦେଇଥିଲେ।

ଓଡିଶାର ସହ ପ୍ରଭାରୀ ତଥା ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହଦେଓ କହିଥିଲେ, ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି। ଓଡ଼ିଶାରେ ବି କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ।ଏଆଇସିସି ସମ୍ପାଦକ ଆଦିତ୍ୟ ଶର୍ମା, ରୁଦ୍ର ରାଜୁ, ଦକ୍ଷିଣାଞ୍ଚଳ ଜେନାର ସହ ପ୍ରଭାରୀ ଅନିଲ ଚୌଧୁରୀ, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ବର ଜିଲ୍ଲା ସଭାପତି ମାସନ ଚୌଧୁରୀ ପ୍ରମୁଖ ଉଦବୋଧନ ଦେଇଥିଲେ। କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ, ଫୁଲବାଣୀ ବିଧାନସଭା ବିଧାୟକ ପ୍ରାର୍ଥୀ କିଶୋର କହଁର, ବାଲିଗୁଡା ବିଧାନସଭା ବିଧାୟକ ପ୍ରାର୍ଥୀ ସିମନ ମଲ୍ଲିକ, ଘୁ.ଉଦୟଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଜିଲ୍ଲା ସଭାପତି ବରୁଣ ଭୋଇ, ପିସିସି ସମ୍ପାଦକ ତଥା ଏଆଇସିସି ସଭ୍ୟ ଘନକୁମାର ଶବର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ ପଟ୍ଟନାୟକ, ଅନାମ ନାୟକ, ବିଜୟ କୁମାର ମହାନ୍ତି, ସଂଜୟ କୁମାର ଭଂଜ, ମହିଳା ଜିଲ୍ଲା ସଭାନେତ୍ରୀ ଜାନକୀ ପ୍ରଧାନ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଏବଂ ଛାତ୍ରୀ ନେତ୍ରୀ ସିମଲରାଣୀ ପାଟରା ପ୍ରମୁଖ ମଞ୍ଚାସୀନ ଥିଲେ। ହେମନ୍ତ କର,ହିରାସିଂ ମଣ୍ଡଳ ଓ ବଳଦେବ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜାକିର ଉଲ୍ଲା ଖାନ,ସୂର୍ଯ୍ୟକାନ୍ତ ଦାସ,ଦୁର୍ଯୋଧନ ପଟ୍ଟନାୟକ, ଶିବଶଙ୍କର ବେହେରା, ବୁଲୁ ବେହେରା, ପ୍ରେମଚାନ୍ଦ ତ୍ରିପାଠୀ, ଗୌର ଚରଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe