ପ୍ରକାଶ-ବିଜୟଙ୍କ ପ୍ରଚାର ବେଳର ଫଟୋ ଭାଇରାଲ୍

Advertisment
ପ୍ରକାଶ-ବିଜୟଙ୍କ ପ୍ରଚାର ବେଳର ଫଟୋ ଭାଇରାଲ୍

କଟକ: କଟକ ଜିଲ୍ଲାର ନରସିଂହପୁର ବ୍ଲକ୍‌ ଚକ୍ରଗଡ ଗ୍ରାମରେ ବିଜେପିର କଟକ ଲୋକସଭା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ଭୋଟ ପ୍ରଚାର ସମୟର ଦୃଶ୍ୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଗାଁକୁ ଭୋଟ ପାଇଁ ଯାଇଥିବାବେଳେ ଦଣ୍ଡ ଠାକୁରଙ୍କ ସମ୍ମୁଖରେ ଆଣ୍ଠେଇ ବସିବାର ଦୃଶ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ମୂଳ ଫଟୋକୁ ଏଡିଟ୍‌ କରାଯାଇ ତାକୁ ବିକୃତ କରାଯାଉଥିବା ବିଜେପି ଅଭିଯୋଗ ଆଣିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତକାଲି ନରସିଂହପୁରର କମଳାଡିହ ଠାରୁ ଏକ ଶୋଭାଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ବିଭିନ୍ନ ଗାଁ ବୁଲି ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe