ପ୍ରିୟଙ୍କା‌ ଗାନ୍ଧୀଙ୍କୁ ‘ଚୋରର ପତ୍ନୀ’ କହିଲେ ଉମା ଭାରତୀ

Advertisment
ଭାଇରାଲ୍‌ ହେଲା ପ୍ରିୟଙ୍କାଙ୍କ ରାଲି ଭିଡିଓ, ସମ୍ବୋଧନ ବେଳେ ପାଟିରୁ ବାହାରିଥିବା ଭୁଲ୍‌ ବାକ୍ୟ ପାଇଁ ଚର୍ଚ୍ଚାରେ ପ୍ରିୟଙ୍କା

Photo Credit: ANI

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଚୋରର ପତ୍ନୀ ବୋଲି କହିଛନ୍ତି। ଜାତୀୟ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ପରେ କିଭଳି ପ୍ରଭାବ ରହିଛି ବୋଲି ଏକ ପ୍ରଶ୍ନର ଉତ୍ତର‌ ରଖି ଉମା କହିଥିଲେ ପ୍ରିୟଙ୍କାଙ୍କ ପ୍ରବେଶ ପରେ କିଛି ବି ପ୍ରଭାବ ପଡ଼ିନାହିଁ। ତାଙ୍କୁ ଚୋରର ପତ୍ନୀ ବୋଲି କୁହାଯିବ ଏବଂ ଜନସାଧାରଣ ମଧ୍ୟ ସେହି ଦୃଷ୍ଟିରେ ତାଙ୍କୁ ଦେଖୁଛନ୍ତି। ଉମା କହିଛନ୍ତି, ଯେତେବଳେ ଗାନ୍ଧୀ ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିନା କାରଣରେ ଗାଳି ବର୍ଷା ହେଉଛି, ସେତେବେଳେ ତାଙ୍କୁ ଖୁବ୍‌ କଷ୍ଟ ଲାଗୁଛି। ଗାନ୍ଧୀ ପରିବାର ବିରୋଧରେ ନିଜ ଆକ୍ରମଣକୁ ଅଧିକ ଶାଣିତ କରି ଉମା କହିଛନ୍ତି , ଏହି ପରିବାର ଏବେ ଏକ ଶିକ୍ଷା ଗ୍ରହଣ କରିବା ଉଚିତ୍‌ ଯେ ସେମାନେ ଭଗବାନଙ୍କ ଅବତାର ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe